www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ସୁଦ୍ଧା ମୁଖ୍ୟ ସମ୍ବାଦ(୭ମେ’ ୨୦୨୧)

ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ

-ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୮୪୦୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୧୬୫୮କୁ ବୃଦ୍ଧି

- Advertisement -

କରୋନା ସହାୟତା ରାଶି ଘୋଷଣା କଲେ ତାମିଲନାଡ଼ୁ ସରକାର: ପ୍ରତି ପରିବାରକୁ ମିଳିବ ୪ ହଜାର ଟଙ୍କା

ସୁପ୍ରିମକୋର୍ଟରେ ଇସିଆଇ ପ୍ୟାନେଲ ପରାମର୍ଶଦାତାଙ୍କ ଇସ୍ତଫା

–ବରଗଡ ବିକାଶ ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
–ମୁମ୍ବଇ ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ଙ୍କ ମୃତ୍ୟୁ। କରୋନା ଆକ୍ରାନ୍ତ ହୋଇ ଛୋଟା ରାଜନଙ୍କ ମୃତ୍ୟୁ ହୋଇଥିବା ସୂଚନା, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
–ମଧ୍ୟପ୍ରଦେଶ ସରକାର ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ବୃଦ୍ଧି ସହ ଏହା ଅଧୀନରେ କରୋନା ରୋଗୀଙ୍କ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରିଛନ୍ତି।
–ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦେଶ
–ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ-ରାଜ୍ୟ ପାଇଁ ରହିଥିବା ଅମ୍ଳଜାନ କୋଟାକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି।
–କରୋନାର ଦ୍ରୁତ ଗତି ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧୦ରୁ ୨୪ ପର୍ଯ୍ୟନ୍ତ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର।
–ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଲେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ।
–ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ କୋଟି ୬୬ ଲକ୍ଷ ୭୭ ହଜାର ୬୨୩କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬୯ ହଜାର ୨୨୦, ସୁସ୍ଥ ହେଲେଣି ୧୩ କୋଟି ୪୦ ଲକ୍ଷ ୪୦ ହଜାର ୪୭
–ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲଙ୍କ ଆମନ୍ତ୍ରଣ କ୍ରମେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶନିବାର ୟୁରୋପୀୟ ପରିଷଦ(ଇୟୁ)ର ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–ରାଜ୍ୟରେ ପହଞ୍ଚିଲା ଆଉ ୨ ଲକ୍ଷ ପାନ କୋଭିସିଲ୍ଡ ଟିକା
–ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନାରେ ଆଜି ପୁଣି ୧୦ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
–ବିଶିଷ୍ଟ ନାଟ୍ୟକାର ତଥା ନିର୍ଦେଶକ ଡ଼. ପଞ୍ଚାନନ ମିଶ୍ର(୭୧)ଙ୍କ ଆଜି ବୁର୍ଲା କୋଭିଡ଼ ଡ଼ାକ୍ତରଖାନାରେ ପରଲୋକ।
–ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୬୯୧୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୩୨୪ ଜଣ ଚିହ୍ନଟ
–ରାଜ୍ୟରେ ଆଜି ଆଉ ୧୯ କୋରୋନା ଆକ୍ରାନ୍ତଙ୍କର ମୃତ୍ୟ
–ପୁରୀ ଜିଲ୍ଲା କାକଟପୁରରେ ନକଲି କରୋନା ପରୀକ୍ଷା କେନ୍ଦ୍ର ସିଲ୍ କଲା ପୁଲିସ, ବହୁ ଉପକରଣ ଏବଂ ନକଲି ପରୀକ୍ଷା ରିପୋର୍ଟ ଜବତ, ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସ ଗିରଫ, ଆଉ ଜଣେ ସହଯୋଗୀ ଫେରାର

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories