www.samajalive.in
Sunday, December 7, 2025
18.1 C
Bhubaneswar

ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ

ବ୍ରଜରାଜନଗର:୪୯ ନମ୍ବର ଜାତୀୟ ରାଜପଥ ଇବ ନଦୀ ଉପରେ  ନୂତନ ୪ ଲେନ ସେତୁର ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ), ପ୍ରକଳ୍ପ କାର୍ୟନ୍ଵୟନ ସମ୍ଭାଗ, ସମ୍ବଲପୁର ସୁପାରିଶ କରିଛି, ଯାହା ଅନୁମୋଦନର ଅପେକ୍ଷା ରହିଛି। ଇବ ନଦୀ ଉପରେ ନୂତନ ସେତୁ ନିର୍ମାଣ ସଂକ୍ରାନ୍ତରେ ସରକାରଙ୍କୁ କୌଣସି ପ୍ରସ୍ତାବ କିମ୍ବା ଅଭିଯୋଗ ହସ୍ତଗତ ହୋଇଥିବା ନେଇ ଗତ ୪.୩.୨୦୨୧ ତାରିଖ ଦିନ ବ୍ରଜରାଜନଗର ସୂଚନା ଅଧିକାର କର୍ମୀ ରବି କୁମାର ସୋନି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)କୁ ସୂଚନା ଅଧିକାର ଆଇନ ଆଧାରରେ ତଥ୍ୟ ମାଗିଥିଲେ। ତେବେ ୪୯ ନମ୍ବର ଜାତୀୟ ରାଜପଥର ୬୨.୯୧୦ କିଲୋମିଟର ଇବ ନଦୀ ଉପରେ ଏକ ନୂତନ ୪ ଲେନ ବିଶିଷ୍ଟ ସେତୁ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ, ପ୍ରକଳ୍ପ କାର୍ୟନ୍ଵୟନ ସମ୍ଭାଗ, ସମ୍ବଲପୁର ତରଫରୁ ସୁପାରିଶ କରାଯାଇଛି ଏବଂ ଏହା ଅନୁମୋଦନରେ ଅପେକ୍ଷା ରହିଥିବା ତଥ୍ୟରେ ଉଲ୍ଲେଖ ରହିଛି।

- Advertisement -

ସୂଚନା ଯୋଗ୍ୟ ଯେ, ଖଣି ଖଦାନ ସମୃଦ୍ଧ ଝାରସୁଗୁଡା ଜିଲ୍ଲାକୁ ୪୯ ନମ୍ବର ଜାତୀୟ ରାଜପଥ ଛତିଶଗଡ଼ର ପ୍ରମୁଖ ବ୍ୟବସାୟିକ ସହର ଗୁଡିକ ସହିତ ସଂଯୋଗ କରୁଛି। ଦୈନିକ ଶହ ଶହ କୋଇଲା ଟ୍ରକ, ଶିଳ୍ପାନୁଷ୍ଠାନରେ ବ୍ୟବହୃତ ଯନ୍ତ୍ରାଂଶ ପରିବହନକାରୀ ଗାଡି, ବସ, କାର ଆଦି ଚଳପ୍ରଚଳ ଯୋଗୁଁ ଜାତୀୟ ରାଜପଥରେ ଚାପ ବୃଦ୍ଧି ପାଇବା ସହିତ ଟ୍ରାଫିକ ସମସ୍ୟା ଓ ଛୋଟ ବଡ଼ ସଡକ ଦୁର୍ଘଟଣା ଘଟି ପ୍ରାଣହାନି ଘଟୁଛି। ହେଲେ ଏହି ରାଜପଥରେ ଥିବା ଇବ ସେତୁ ପ୍ରାୟ ୬୦ ଦଶକରେ ବାଉଁଶ ବୋଝେଇ ଟ୍ରକ ଗୁଡିକର କ୍ଷମତାକୁ ନେଇ ତିଆରି କରାଯାଇଥିଲା। କିନ୍ତୁ ଏବେ ଏହି ସେତୁ ଦେଇ ଅହରହ ଭାରିଯାନ ଚଳାଚଳ କରୁଥିବାରୁ ବିପଦଜନକ ହୋଇ ପଡିଛି। ତେଣୁ ଏଥି ପାଇଁ ଇବ ନଦୀରେ ଏକ ନୂତନ ସେତୁର ନିର୍ମାଣ ପାଇଁ ଦାବି ଜୋର ଧରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories