www.samajalive.in
Saturday, December 6, 2025
15.1 C
Bhubaneswar

କରୋନାରେ ଆଉ ୬ ମୃତ; ଗଞ୍ଜାମରୁ ୫, ଗଜପତିରୁ ଜଣେ

ଭୁବନେଶ୍ଵର: କରୋନା ଭୂତାଣୁ ରାଜ୍ୟରେ ଆଉ ୬ଟି ମୁଣ୍ଡ ନେଇଛି। ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୫ ଜଣ ଏବଂ ଗଜପତି ଜିଲାରୁ ଜଣେ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୫୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

ଗଞ୍ଜାମ ଜିଲାରେ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ୪୦ ବର୍ଷୀୟ ଏବଂ ୫୪ ବର୍ଷୀୟ ପୁରୁଷ ରହିଛନ୍ତି। ଏହା ବ୍ୟତୀତ ଜଣେ ୪୨ ବର୍ଷୀୟ ପୁରୁଷ, ଯିଏକି ମଧୁମେହରେ ଆକ୍ରାନ୍ତ ଥିଲେ ସେ ମଧ୍ୟ ପ୍ରାଣ ହରାଇଚନ୍ତି। ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଜପତି ଜିଲାର ମୃତକ ଜଣେ ମହିଳା। ତାଙ୍କ ବୟସ ୫୫ ବର୍ଷ ଏବଂ ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories