www.samajalive.in
Saturday, December 6, 2025
15.1 C
Bhubaneswar

ମଣିପୁର କଂଗ୍ରେସରୁ ଆଉ ଏକ ଝଟ୍‌କା; ଇସ୍ତଫା ଦେଲେ ୬ ବିଧାୟକ

ଇମ୍ଫାଲ: ମଣିପୁର ରାଜନୀତି ସରଗରମ ହୋଇଛି। ରାଜ୍ୟ କଂଗ୍ରେସକୁ ମଙ୍ଗଳବାର ଆଉ ଏକ ଝଟ୍‌କା ଲାଗିଛି। ଗତ ସୋମବାର ବିଧାନଭାରେ ୮ କଂଗ୍ରେସ ବିଧାୟକ ଅନୁପସ୍ଥିତ ରହିବାରୁ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆସ୍ଥାଭୋଟ୍‌ ଜିତିବାରେ ସଫଳ ହୋଇଥିଲା। ଏହାର ଦିନକ ପରେ ମଙ୍ଗଳବାର କଂଗ୍ରେସର ୬ ବିଧାୟକ ଇସ୍ତଫା ଦେଇଛନ୍ତି। ଗତ ସୋମବାର ଆସ୍ଥା ଭୋଟ ସମୟରେ ବିଧାନସଭାରେ ଅନୁପସ୍ଥିତ ଥିବା ବିଧାୟକଙ୍କ ମଧ୍ୟରେ ଏହି ୬ ବିଧାୟକ ସାମିଲ ଥିଲେ। ଆଜି ସେମାନେ ନିଜର ଇସ୍ତଫା ପତ୍ରକୁ ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିବା ବିଧାୟକ ଓ’ ହେନରୀ ସିଂହ କହିଛନ୍ତି।

ଇସ୍ତଫା ଦେଇଥିବା ୬ ବିଧାୟକଙ୍କ ମଧ୍ୟରେ ହେନେରୀଙ୍କ ବ୍ୟତୀତ ଓନିୟମ ଲୁଖୋଇ, ମହମ୍ମଦ ଅବଦୁଲ ନାସିର, ପାଓନମ୍‌ ବ୍ରୋଜେନ, ନଗାମଥାଙ୍ଗ ହାଓକିପ୍‌ ଏବଂ ଗିନ୍‌ସୁଆନହାଉ ରହିଛନ୍ତି। ରାଜ୍ୟ କଂଗ୍ରେସର ନେତୃତ୍ଵ ନେଇଥିବା ଓ’ ଇବୋବି ସିଂହଙ୍କ କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ସେମାନେ ଇସ୍ତଫା ଦେଇଥିବା କହିଛନ୍ତି। ରାଜ୍ୟରେ କଂଗ୍ରେସ ସର୍ବାଧିକ ଆସନ ପାଇଥିଲେ ହେଁ ଇବୋବିଙ୍କ ଖରାପ ନେତୃତ୍ଵ​‌ ଯୋଗୁ ଦଳ ରାଜ୍ୟରେ ସରକାର ଗଠନ କରିବାରେ ବିଫଳ ହେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories