www.samajalive.in
Thursday, December 11, 2025
14.1 C
Bhubaneswar

କପି ସୁଯୋଗ ନ ଥିବାରୁ ବୋର୍ଡ଼ ପରୀକ୍ଷା ଦେଲେନି ୬.୫ ଲକ୍ଷ ବିଦ୍ୟାର୍ଥୀ

ପ୍ରୟାଗରାଜ : ବୋର୍ଡ ପରୀକ୍ଷାରେ କପି କରିବାକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ପ୍ରାୟ ୬.୫ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇ ନ ଥିବା ଜଣାପଡ଼ିଛି। ମଙ୍ଗଳବାର ୧୦ମ ଶ୍ରେଣୀର ଗଣିତ ପରୀକ୍ଷା ଥିବା ବେଳେ ପ୍ରାୟ ୧.୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ବୋର୍ଡ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ୟୁପି ସେକେଣ୍ଡାରୀ କାଉନସିଲ୍‌ର ସମ୍ପାଦକ ଦିବ୍ୟକାନ୍ତ ଶୁକ୍ଲା କହିଥିଲେ ପରୀକ୍ଷାରେ ନକଲ ରୋକିବାକୁ ସରକାରଙ୍କ ନିର୍ଦେଶକ୍ରମେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ ଘନଘନ ତଦାରଖ କରୁଛନ୍ତି। ଫଳରେ ଅସାଧୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଗତ ଶୁକ୍ରବାର ୧୦ମ ଓ ଦ୍ବାଦଶ ଶ୍ରେଣୀର ହିନ୍ଦୀ ପରୀକ୍ଷା ଥିଲା। ନକଲ କରିବାର ସୁଯୋଗ ମିଳିବ ନାହିଁ ବୋଲି ଜାଣିବା ପରେ ସେହିଦିନ ୪.୫ ଲକ୍ଷରୁ ଅଧିକ ଛାତ୍ରାଛାତ୍ରୀ ପରୀକ୍ଷା ଦେବାକୁ ଆସିନଥିଲେ। ନକଲ କରିବା ଅଭିଯୋଗରେ ୧୦ମ ଶ୍ରେଣୀର ୧୬ଜଣ ଛାତ୍ର ଓ ୭ଜଣ ଛାତ୍ରୀ ଧରା ପଡ଼ିଥିବା ବେଳେ ଦ୍ବାଦଶ ଶ୍ରେଣୀର ଜଣେ ଛାତ୍ର ଧରାପଡ଼ିଛନ୍ତି। ସେହିପରି ନକଲ ପାଇଁ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇବା ଅଭିଯୋଗରେ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସେ ସୂଚନା ଦେଇଥିଲେ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories