www.samajalive.in
Thursday, December 11, 2025
23.1 C
Bhubaneswar

ଭାରତ-ଚୀନ କୂଟନୈତିକ କଥାବାର୍ତ୍ତା

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଲାଗି ରହିଥିବା ବିବାଦର ସମାଧାନ ନିମନ୍ତେ ବୁଧବାର ଭାରତ-ଚୀନ ମଧ୍ୟରେ କୂଟନୈତିକ କଥାବାର୍ତ୍ତା ହୋଇଛି। ସୀମା ବିବାଦର ଆପୋଷ ସମାଧାନ ନିମନ୍ତେ ଦୁଇ ଦେଶ ମଧ୍ୟରେ ସମନ୍ବୟ ଓ କଥାବାର୍ତ୍ତା କରିବା ଲାଗି ଗଠନ କରାଯାଇଥିବା ବ୍ୟବସ୍ଥା (ଡବ୍ଲ୍ୟୁଏମସିସି)ର ଅଧିକାରୀଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଛି। ୨୦୧୨ରୁ ଡବ୍ଲ୍ୟୁଏମସିସି ଗଠନ କରାଯାଇଥିବାବେଳେ ୨୦୧୯ ଜୁଲାଇ ପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ (ଇନ୍‌ ପର୍ସନ) ବୈଠକ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଡବ୍ଲ୍ୟୁଏମସିସିର ୨୫ଥର ବୈଠକ ଅନୁଷ୍ଠିତ ହୋଇସାରିଛି। ସୀମା ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏହି ପ୍ରତ୍ୟକ୍ଷ ବୈଠକ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। ୨୦୨୦ ଗଲୱାନ ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ ସୀମା ବିବାଦ ତିକ୍ତ ହେବାରେ ଲାଗିଛି। ଗଲୱାନ ସଂଘର୍ଷ ପରେ ଡବ୍ଲ୍ୟୁଏମସିସିକୁ ସକ୍ରିୟ କରାଯାଇଥିଲା। ସୀମା ବିବାଦର ସମାଧାନ ନିମନ୍ତେ ଡବ୍ୟୁଏମସିସି ଆଭାସି ମାଧ୍ୟମରେ ବୈଠକ କରିଥିଲା।
ବୁଧବାର ହୋଇଥିବା ଡବ୍ଲ୍ୟୁଏମସିସି ବୈଠକରେ ଉପସ୍ଥିତ ଭାରତୀୟ ଦଳର ନେତୃତ୍ବ ନେଇଥିଲେ ବୈଦେଶିକ ବ୍ୟାପାର ଯୁଗ୍ମ ସଚିବ (ପୂର୍ବ ଏସିଆ)। ସେହିପରି ଚୀନ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ଏହାର ବୈଦେଶିକ ବିଭାଗର ସୀମା ଓ ସାମୁଦ୍ରିକ ବ୍ୟାପାର ମହାନିର୍ଦେଶକ। ଆଲୋଚନା କାଳରେ ଉଭୟ ପକ୍ଷ ସୀମାର ସ୍ଥିତି ବାବଦରେ ସମୀକ୍ଷା କରିଥିଲେ। ସୀମାର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଉପରେ ଉଭୟ ଦେଶ ଗୁରୁତ୍ବ ଦେଇଛନ୍ତି। ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଦ୍ବାରା ଉଭୟ ପୂର୍ବ ଓ ପଶ୍ଚିମ ସୀମାରେ ଶାନ୍ତି ଓ ସହାବସ୍ଥାନ ବଜାୟ ରହିପାରିବ ବୋଲି ମତ ପ୍ରକାଶ ପାଇଛି। ସୀମା ବିବାଦର ସମାଧାନ ନିମନ୍ତେ ଦୁଇଦେଶର ସେନା ଅଧିକାରୀଙ୍କ ସ୍ତରରେ ମଧ୍ୟ କଥାବାର୍ତ୍ତା ଜାରି ରହିଛି। ଚସୁଲ-ମୋଲଡ ବର୍ଡର ପଏଣ୍ଟରେ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ୧୭ଥର ବୈଠକ ହୋଇସାରିଲାଣି। ଏତେସବୁ ଆଲୋଚନା ସତ୍ତ୍ବେ ସୀମା ଉତ୍ତେଜନା ହ୍ରାସ ପାଉ ନାହିଁ। ୧୯୬୨ ଯୁଦ୍ଧ ପରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଏବେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories