www.samajalive.in
Sunday, December 14, 2025
26.1 C
Bhubaneswar

୫ମ ପର୍ଯ୍ୟାୟ ରାଫେଲ ଲଢୁଆ ବିମାନ ଭାରତ ପହଞ୍ଚିଲା

ନୂଆଦିଲ୍ଲୀ: ପଞ୍ଚମ ଦଫା ରାଫେଲ ଲଢୁଆ ବିମାନ ବୁଧବାର ଭାରତରେ ପହଞ୍ଚିଛି। ଦୀର୍ଘ ୮୦୦୦ କିଲୋମିଟର ଉଡାଣ କରିବା ପରେ ତାହା ଆମ ଦେଶରେ ପହଞ୍ଚିଥିଲା। ଏହି ବିମାନଗୁଡିକରେ ମଝିବାଟରେ ଆକାଶ ମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ଏ କ୍ଷେତ୍ରରେ ଫ୍ରାନ୍ସ ଏବଂ ୟୁଏଇର ବାୟୁସେନା ଭାରତକୁ ସହାୟତା କରିଥିଲେ। ଚଳିତ ପର୍ଯ୍ୟାୟରେ କେତେ ସଂଖ୍ୟକ ବିମାନ ଭାରତ ଆସିଛି, ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ଏହି ଲଢୁଆ ବିମାନଗୁଡିକ ଫ୍ରାନ୍ସର ମେରିନାକ୍‍ ବାୟୁସେନା ଘାଟିରୁ ଉଡାଣ ଆରମ୍ଭ କରିବାପରେ ସିଧା ଭାରତ ପହଞ୍ଚିଥିଲା। ସୂଚନାଯୋଗ୍ୟ, ରାଫେଲ ଲଢୁଆ ବିମାନ ଗତବର୍ଷ ଜୁଲାଇ-ଅଗଷ୍ଟରୁ ଭାରତୀୟ ସେନାରେ ସାମିଲ ହେବା ଆରମ୍ଭ ହୋଇଛି। ଚୀନ ସହିତ ତୀବ୍ର ବିବାଦ ଲାଗିରହିଥିବା ପରିସ୍ଥିତିରେ ଏହାକୁ ପୂର୍ବ ଲଦାଖ ଏବଂ ଅନ୍ୟ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ମୁତୟନ କରାଯାଇଛି। ଏହି ଲଢୁଆ ବିମାନଗୁଡିକରେ ହାମ୍ମର କ୍ଷେପଣାସ୍ତ୍ର ଖଞ୍ଜାଯାଇଛି ଏବଂ ଏହା ଆକାଶମାର୍ଗରୁ ଭୂପୃଷ୍ଠ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ସମର୍ଥ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories