ରାଜ୍ୟରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର.. ୩୦ଟି ଜିଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍ଘାଟିତ.. କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସୂଚନା..
ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ.. ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ ଯାତ୍ରା.. ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ.. ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼ିବ ବୋଲି ସୂଚନା..
ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୩ ଗିରଫ.. ଅଭିଯୁକ୍ତ ଦୀପ୍ତି ମହାପାତ୍ର ଅନ୍ୟ ଏକ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରି ନିଜେ ନିଜକୁ ଗୁଳି କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ..
ପୁରୀ ଜିଲା ବଳଙ୍କା ଥାନା ଅନ୍ତର୍ଗତ କୋଟକସାଙ୍ଗରେ ଅଭାବନୀୟ ଘଟଣା.. ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଲୋକେ.. ପରିସ୍ରା ବି ପିଆଇଲେ, ପୁଲିସର ତଦନ୍ତ ଜାରି..
ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୩ ମୃତ.. ଜାତୀୟ ରାଜପଥ ବନ୍ଦ..



