ବଲିଉଡ଼ର ଶାହେନଶାହା ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବଚ୍ଚନ ପରିବାରର ୫୪ଜଣ ଘରୋଇ ସହାୟକ କ୍ବାରେନଣ୍ଟାଇନରେ ରହିଛନ୍ତି । ପ୍ରଥମେ ଅମିତାଭ ଓ ପରେ ବଚ୍ଚନ ପରିବାରର ଅନ୍ୟ ୩ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ ସ୍ଥାନରେ ପୂଜାର୍ଚନା ଆରମ୍ଭ କରିଛନ୍ତି । ଐଶ୍ବର୍ଯ୍ୟା ଓ ଆରାଧ୍ୟା ହୋମ୍ କ୍ବାରେନଣ୍ଟାଇନରେ ଥିବାବେଳେ ଅଭିଷେକ ଓ ଅମିତାଭ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ଅମିତାଭଙ୍କ ଆରୋଗ୍ୟ କାମନା କରି ମାନସ ସାହୁଙ୍କ ବାଲୁକା କଳା ଭାଇରାଲ
https://twitter.com/i/status/1282275184427151362
ବିଗ୍ ବି ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚନା ଚାଲିଥିବାବେଳେ ଓଡ଼ିଶାର ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କର ଆରୋଗ୍ୟ କାମନା କରି ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ଅମିତାଭଙ୍କ ପାଇଁ ପ୍ରାର୍ଥନା କଲେ ସୋଏବ ଅଖତର
Get well soon Amit Ji @SrBachchan Prayers for a speedy recovery. https://t.co/s2VIq1SRh5
— Shoaib Akhtar (@shoaib100mph) July 11, 2020
ପାକିସ୍ତାନ-ଭାରତର ତିକ୍ତ ସମ୍ପର୍କ ସତ୍ବେ ପାକ୍ କ୍ରିକେଟର ସୋଏବ ଅଖତର ଅମିତାଭଙ୍କ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏକ ଟ୍ବିଟରେ ସେ ଲେଖିଛନ୍ତି ଯେ ଅମିତ୍ ଜୀ, ଆପଣ ଶୀଘ୍ର ଭଲ ହୋଇ ଯାଆନ୍ତୁ, ଆପଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ। ଏହା ସହ ସୋଏବ ଅମିତାଭଙ୍କ ଏକ ଟ୍ବିଟରେ ଉତ୍ତର ଦେଇ ଅମିତଜୀ ଆପ ତୁରନ୍ତ ଭଲ ହୋଇ ଯାଆନ୍ତୁ, ସୀମା ଆରପଟେ ଆପଣଙ୍କ ସମସ୍ତ ପ୍ରଶଂସକ ଆପଣଙ୍କ ସୁସ୍ଥ ହେବାକୁ ପ୍ରାର୍ଥନା କରୁଛନ୍ତି ବୋଲି ଲେଖିଛନ୍ତି ।
ସେହିପରି ମୁମ୍ବାଇ ମହାନଗର ନିଗମ ମଧ୍ୟ ଅମିତାଭଙ୍କ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିଛି ।
Sir, you are a true fighter and a legend – we are sure that you and @juniorbachchan will beat the virus soon! Our prayers are with you @SrBachchan
I S Chahal, Municipal Commissioner & Team BMC https://t.co/9t72o4EgY4
— माझी Mumbai, आपली BMC (@mybmc) July 12, 2020



