www.samajalive.in
Friday, December 5, 2025
26.1 C
Bhubaneswar

୫୩ ବର୍ଷିୟା ‘ନାବାଳିକା’କୁ ଡାକ୍ତରଖାନା ଓ ଶବ ବ୍ୟବଚ୍ଛେଦ ଗୃହ ସଫା କରିବାର ଦଣ୍ଡ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାଳ ଅପରାଧ ଅଦାଲତ ଜଣେ ୫୩ ବର୍ଷିୟା ‘ନାବାଳିକା’କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସେ କୋର୍ଟରେ ଉପସ୍ଥିତ ସବୁଠୁ ବୟୋଜେଷ୍ଠ ନାବାଳିକା ଥିଲେ। ତାଙ୍କୁ ୩୮ ବର୍ଷ ପରେ ଦଣ୍ଡ ମିଳିଛି। ଅଦାଲତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ୟବଚ୍ଛେଦ ଗୃହକୁ ୩ ବର୍ଷ ପର୍ଯ୍ୟନ୍ତ ସଫା କରିବାର ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତା ନବାଳିକା ଜଣକ ୧୫ ବର୍ଷ ବୟସର ହୋଇଥିଲାବେଳେ ଘରୋଇ ଗଣ୍ଡଗୋଳରୁ ଛୁରି ଭୁଷି ନିଜ ୪୦ ବର୍ଷ ବୟସ୍କ କକାର ହତ୍ୟା କରିଥିଲା। ଏହି ଘଟଣା ୧୯୮୦ ଡିସେମ୍ବର ୧୧ର। ଛୁରି ମାଡ଼ର ୯ ଦିନ ପରେ ଡାକ୍ତରଖାନାରେ ଅଭିଯୁକ୍ତାଙ୍କ କକାର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତା ଜଣକ ପ୍ରାପ୍ତ ବୟସ୍କ ହେବା ପରେ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୯୮୨ରେ ସ୍ଥାନୀୟ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ୫ ମାସ ୧୫ ଦିନ ଜେଲ୍‍ରେ କାଟିଥିଲେ। ହତ୍ୟାକାଣ୍ଡ ଭିଆଇବା ସମୟରେ ସେ ନାବାଳିକା ହୋଇଥିବା ଯୋଗୁଁ ତାଙ୍କୁ ଜାମିନ ମିଳିଯାଇଥିଲା। ଜେଲ୍‍ରୁ ବାହାରିବାର ୩ ବର୍ଷ ପରେ ତାଙ୍କର ବିବାହ ହୋଇଯାଇଥିଲା। ଏବେ ତାଙ୍କର ୩ ଜଣ ପୁଅ ଏବଂ ୩ ଜଣ ଝିଅ ଅଛନ୍ତି। ଶେଷରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ମାମଲାର ଶୁଣାଣି ବାଳ ଅପରାଧ ଅଦାଲତରେ କରିବାକୁ ନିର୍ଦେଶ ଦେଇଥିଲେ। ବାଳ ଅପରାଧ ଅଦାଲତ ଦୀର୍ଘ ୩୮ ବର୍ଷ ପରେ ୫୩ ବର୍ଷିୟା ନାବାଳିକାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଓ ଏହି ଘଟଣା ବାଳ ଅପରାଧ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories