www.samajalive.in
Tuesday, December 9, 2025
26.1 C
Bhubaneswar

ଚାଷୀଙ୍କ ଜମା ଅର୍ଥ ଚଳୁ; ୫୦ ଲକ୍ଷ ଟଙ୍କା ନେଇ ଯୁବକ ଫେରାର

ପଦ୍ମପୁର: ପଦ୍ମପୁର ଉପଖଣ୍ତ ଝାରବନ୍ଧଠାରେ ଅମୃତ ସାହୁ ନାମକ ଜନୈକ ଯୁବକ ଏକ ସିଏସପି କେନ୍ଦ୍ର ଜରିଆରେ ଚାଷୀଙ୍କ ପ୍ରାୟ ୫୦ ଲକ୍ଷ ଟଙ୍କା ବୀମା ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି ।  ସେଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଚାଷୀମାନେ ପ୍ରିମିୟମ ଜମା କରିଥିଲେ। ଚାଷୀମାନଂକ ଜମି ପରିମାଣ, ପ୍ରିମିୟମ ଟଙ୍କା ସବୁ ଠିକ ଥିବା ବେଳେ ପାସ ବୁକ ଏକାଉଣ୍ଟ ଅନ୍ୟ ନାମରେ ରହିଥିଲା । ଫଳରେ ଚାଷୀଙ୍କ ଜମା ଖାତାକୁ  ଫସଲ ବୀମା ନ ଆସି ଅନ୍ୟ ଜମାଖାତାକୁ ଚାଲି ଯାଇଥିଲା। ଚାଷୀର ଫସଲବୀମା ଯେଉଁ ଜମାଖାତାକୁ ଆସି ଜମା ହୋଇଥିଲା ,ତାହା ଅନ୍ୟ ଜଣଙ୍କ ନାମରେ ଥିଲା ।  ଅର୍ଥ ଜମା ପରେ ତାହାକୁ ଉଠାଇ ନେଇ କରି ସିଏସପି ମାଲିକ ଅମୃତ ସାହୁ ଫେରାର ହୋଇଯାଇଛି। ପୁଣି ତାର ସେଣ୍ଟରରୁ ଯେତିକି ପାସବୁକ ନମ୍ବର ଥିଲା ସମସ୍ତ ନମ୍ବରରୁ  ରୋଜର ପେମେଣ୍ଟ ମାଧ୍ୟମରେ ଟଂକା ଟ୍ରାନ୍ସଫର କରି ସବୁ ଚଲୁ କରି ନେଇଛି। କେତେକ ହିତାଧିକାରୀ ରୋଜର ପେମେଣ୍ଟ ଜରିଆରେ ତାଂକ ଜମାଖାତାରୁ ଟଂକା ଉଠାଣ ହୋଇଥିବା ନଜରକୁ ଆସିଲା ପରେ ଜମାଖାତା ବନ୍ଦ କରି ଦେଇଛନ୍ତି ।ଝାରବନ୍ଧ ଅଂଚଳରୁ ପ୍ରାୟ ଏକ କୋଟି ଟଂକା ହେଂଗ କରି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ବ୍ୟକ୍ତି ଫେରାର ଥିବା ସ୍ଥଳେ ହିତାଧିକାରୀମାନେ ମୁଣ୍ତରେ ହାତ ଦେଇ ବସିଛନ୍ତି। ରୋଜର ପେମେଣ୍ଟ ଓ ମିଥ୍ୟା ଜମାଖାତା ନମ୍ବର ଦେଇ ଫସଲ ବୀମା  ଉଠାଣ କରି ନେଇଥିବାରୁ ଯୁବ ନେତା ଜୟ କୁମାର ନିଗମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories