www.samajalive.in
Saturday, December 6, 2025
19.1 C
Bhubaneswar

‘ଇଣ୍ଡିଆ ବୁକ୍‍ ରେକର୍ଡ’ରେ ୫ ବର୍ଷର ବାଳିକା

କେନ୍ଦ୍ରାପଡ଼ା : ଇଣ୍ଡିଆ ବୁକ୍‍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୫ ବର୍ଷର ବାଳିକା ଅଭ୍ନି ଅନ୍ୱେଷା। ଅଭ୍ନି ଦେଶର ୨୮ଟି ନାମ ନିର୍ଭୁଲ ଭାବେ କହିବା, ଓଡ଼ିଶାର ୩୦ଟି ଜିଲାର ନାମ ନିର୍ଭୁଲ ଭାବେ କହିବା, ୭ଟି ମହାଦେଶର ନାମ ନିର୍ଭୁଲ ଭାବେ କହିବା, ୮ଟି ଗ୍ରହର ନାମ କହିବା, ୩୩ଟି ପୌରାଣିକ ପ୍ରଶ୍ନର ଉତ୍ତର ଦେବା, ୧୦ଟି ଜାତୀୟ ଚିହ୍ନ ସମ୍ପର୍କରେ କହିବା, ଜାତୀୟ ସଙ୍ଗୀତ ଗାନ କରିବା, ୧୦୦ରୁ ୧ ପର୍ଯ୍ୟନ୍ତ ଗଣିବା, ୧୦ଟି ଶ୍ଲୋକ ପଢ଼ିବା ଇତ୍ୟାଦି ଦକ୍ଷତା ପାଇଁ ତାଙ୍କ ନାମ ଏହି ପୁସ୍ତକରେ ଲିପିବଦ୍ଧ ହୋଇଛି। ଅଭ୍ନି ଅନ୍ୱେଷା କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ ନୀଳକଣ୍ଠପୁର(୨)ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଅଶୋକ କୁମାର ପୃଷ୍ଟି ଭୁବନେଶ୍ୱରରେ ଥିବା ଏକ ଖଣିଜ କମ୍ପାନୀରେ ଚାକିରି କରିଛନ୍ତି ଓ ମା’ ଅରୁନ୍ଧତୀ ସାହୁ ଜଣେ ଗୃହିଣୀ। ତାଙ୍କର ଏହି ସଫଳତା ପାଇଁ ସେ ଅଜା ସ୍ୱର୍ଗତ ଅନିରୁଦ୍ଧ ସାହୁ, ଆଈ ସୁକାନ୍ତି ସାହୁ, ଜେଜେ ବାପା ମହେଶ୍ୱର ପୃଷ୍ଟି, ଜେଜେ ମା’ ଜ୍ୟୋତ୍ସ୍ନାରାଣୀ ପୃଷ୍ଟି, ବାପା ଓ ବୋଉଙ୍କୁ ଶ୍ରେୟ ଦେଇଛନ୍ତି। ଅଭ୍ନି ଅନ୍ୱେଷାଙ୍କୁ ତାଙ୍କ ମା ଅରୁନ୍ଧତୀ ସାହୁ ଏହି ସବୁ ଅଭ୍ୟାସ କରାନ୍ତି। ଅଭ୍ନି ଅନ୍ୱେଷାଙ୍କ ପରିବାର ଏବେ ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଛନ୍ତି। ସେ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଳୟରେ ୟୁକେଜିରେ ପାଠ ପଢୁଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories