www.samajalive.in
Sunday, December 7, 2025
18.1 C
Bhubaneswar

୫ ବର୍ଷର ଶିଶୁ କଲା ସଭିଙ୍କୁ ଚକିତ, ୧୩ ମିନିଟରେ ଚଳାଇଲା ୧୧୧ ତୀର

ଚେନ୍ନଇ: ଚେନ୍ନଇରେ ରହୁଥିବା ୫ ବର୍ଷର ଏକ ଝିଅ ଏମିତି କିଛି କରି ଦେଖାଇଛି, ଯାହା ଜଣେ ସାଧାରଣ ମଣିଷର କଳ୍ପନା ବାହାରେ। ୫ ବର୍ଷୀୟା ସଞ୍ଜନା ତୀରନ୍ଦାଜ ବା ତୀର ଚାଳନାରେ ଯେଉଁ ରେକର୍ଡ଼ କରିଛି, ସେପରି ରେକର୍ଡ଼ ପେସାଦାର ଖେଳାଳି ମଧ୍ୟ ଏପର୍ଯ୍ୟନ୍ତ କରିନାହାନ୍ତି। ସୂଚନା ମୁତାବକ, ସ୍ୱାଧୀନତା ଦିବସ ଅବସରରେ ସଞ୍ଜନା ଅନବରତ ଭାବେ ମାତ୍ର ୧୩ ମିନିଟରେ ୧୧୧ ତୀର ଚାଳନା କରିଛନ୍ତି।

କୁହାଯାଉଛି ସଞ୍ଜନା ଦୁନିଆର ଏକମାତ୍ର ଶିଶୁ, ଯିଏ କେବଳ ୧୩ ମିନିଟରେ ଏତେ ସଂଖ୍ୟକ ତୀର ଚାଳନା କରିଛନ୍ତି। କେବଳ ଏତିକି ନୁହେଁ, ସେ ୧୫ ସେକେଣ୍ଡର ଅପ୍-ଡାଉନ୍ ସ୍ଥିତିରେ ମଧ୍ୟ ଏହା କରିଥିଲେ। ଏବେ ସଞ୍ଜନାଙ୍କ ନାଁକୁ ଗିନିଜ୍‍ ବୁକ୍‍ରେ ସ୍ଥାନ ଦେବାର ପ୍ରସ୍ତୁତି ଚାଲିଛି।

- Advertisement -

ସଞ୍ଜନାଙ୍କ ପ୍ରଶିକ୍ଷକଙ୍କ କହିବାନୁସାରେ, ସାଧାରଣତଃ ଜଣେ ଦକ୍ଷ ତଥା ପେସାଦାର ଖେଳାଳି ୪ ମିନିଟ୍‍ରେ ୬ଟି ତୀର ଚଳାଇ ଥାଆନ୍ତି। ଏହାର ଅର୍ଥ ୨୦ ମିନିଟରେ ଜଣେ ପେସାଦାର ତୀରନ୍ଦାଜ ୩୦ଟି ତୀର ଚଳାଇପାରେ କିନ୍ତୁ ଏହି ଶିଶୁ ୧୩ ମିନିଟରେ ୧୧୧ ତୀର ଚାଳନା କରିଛି। ସେ କହିଛନ୍ତି, ସଞ୍ଜନା ଏ କ ଅଦ୍ଭୁତ ରେକର୍ଡ଼ କରିଛନ୍ତିି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories