www.samajalive.in
Friday, December 12, 2025
15.1 C
Bhubaneswar

ବର୍ଷକରେ ଭାରତ ଆସିଥିଲେ ୫ ହଜାର ବାଂଲାଦେଶୀ, ସିଏଏ ଲାଗୁ ହେବା ପରେ ପତ୍ତା ମିଳୁନି

ନୂଆଦିଲ୍ଲୀ: ଭାରତରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମି ନାହିଁ। କିନ୍ତୁ ଏହି ଆଇନ ଯୋଗୁ ଆସାମ ଏବଂ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଂଲାଦେଶ ସୀମାରେ ହଲଚଲ ବଢ଼ିଯାଇଛି। କିଛିବର୍ଷ ତଳେ ବାଂଲାଦେଶରୁ ଆସାମ ଏବଂ ପଶ୍ଚିମବଙ୍ଗ ଆସିଥିବା ବାଂଲାଦେଶୀ ଏବେ କୌଣସି ପ୍ରକାରେ ନିଜ ଦେଶକୁ ଫେରିଯିବାକୁ ଉଦ୍ୟମ ଚଳାଇଛନ୍ତି। ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଗତ ୧ ବର୍ଷରେ ବୈଧ କାଗଜପତ୍ର ଏବଂ ପାସପୋର୍ଟ ସହିତ ଭାରତ ଆସିଥିବା ପ୍ରାୟ ୫ ହଜାର ବାଂଲାଦେଶୀ ଏବେ ନିଖୋଜ ଅଛନ୍ତି। ଗୁଇନ୍ଦା ବ୍ୟୁରୋ ପକ୍ଷରୁ ଏମାନଙ୍କ ସମ୍ପର୍କରେ ଆପ୍ରବାସନ, ବିମାନବନ୍ଦର ପ୍ରାଧିକରଣ ଏବଂ ସୀମାରେ ମୁତୟନ ଅଧିକାରୀମାନଙ୍କଠାରୁ ସୂଚନା ହାତେଇବା ଲାଗି ଉଦ୍ୟମ କରାଯାଇଥିଲା। କିନ୍ତୁ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

ଆସାମର ପ୍ରମୁଖ ସଚିବ କୁମାର ସଞ୍ଜୟ କୃଷ୍ଣଙ୍କ ନିକଟରେ ବି ଏମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ସେ କହିଛନ୍ତି ଯେ, କେତେ ବାଂଲାଦେଶୀ ସ୍ବଦେଶ ଫେରିଛନ୍ତି ସେ ବିଷୟରେ ସରକାରଙ୍କ ନିକଟରେ କୌଣସି ସୂଚନା ନାହିଁ। ଅନ୍ୟପଟେ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ଵ ସରମା ଦାବି କରିଛନ୍ତି ଯେ, ୨୦୧୪ରେ ମୋଦୀ ସରକାର ଆସିବା ପରଠାରୁ ଆସାମରେ ଜଣେ ହେଲେ ବି ବାଂଲାଦେଶୀ ଅନୁପ୍ରବେଶ କରିନାହାନ୍ତି।

- Advertisement -

ବିଏସଏଫର ଦକ୍ଷିଣ ପଶ୍ଚିମବଙ୍ଗ ଫ୍ରଣ୍ଟିୟରର ଆଇଜି ୱାଇ. ବି. ଖୁରାନିଆ କହିଛନ୍ତି, ୨୬୮ ବାଂଲାଦେଶୀ ସୀମା ପାର କରିବାକୁ ଉଦ୍ୟମ କରିବା ବେଳେ ବିଏସଏଫ ସେମାନଙ୍କୁ ଧରିଥିଲା। ଏହାବ୍ୟତୀତ ବୋଙ୍ଗାୱର ପେଟ୍ରାପୋଲ ସୀମାରୁ ବର୍ଡର ଗାର୍ଡ ଅଫ୍‌ ବାଂଲାଦେଶୀ(ବିଜିବି) ୬୦ ଜଣଙ୍କୁ ଧରି ପଶ୍ଚିମବଙ୍ଗକୁ ହସ୍ତାନ୍ତର କରିଛି। ଏହା ପୂର୍ବରୁ ଜାନୁୟାରୀ ପ୍ରଥମ ସପ୍ତାହରେ ବିଜିବି ମୁଖ୍ୟ ମେଜର ଜେନେରାଲ ଶଫୀନୁଲ ଇସଲାମ ଦିଲ୍ଲୀରେ କହିଥିଲେ ଯେ, ଗତ ଡିସେମ୍ବରରେ ୪୪୫ ବାଂଲାଦେଶୀ ଭାରତୀୟ ସୀମା ପାରି ହେଉଥିବାବେଳେ ଧରାପଡ଼ିଥିଲେ। ଏମାନେ କୌଣସି ଉପାୟରେ ନିଜ ଦେଶକୁ ଫେରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories