www.samajalive.in
Friday, December 12, 2025
16.1 C
Bhubaneswar

ଡିସେମ୍ବର ସୁଦ୍ଧା ନୀଳମାଧବ ମନ୍ଦିର ବିକାଶ ପ୍ରକଳ୍ପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ନୟାଗଡ଼ ଜିଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନୟାଗଡ଼ରେ ଦକ୍ଷିଣକାଳୀ ମନ୍ଦିର, ଓଡ଼ଗାଁରେ ରଘୁନାଥ ଜୀଉ ମନ୍ଦିର ଏବଂ ଶରଣକୁଳରେ ଲଡୁବାବା ମନ୍ଦିର ପରିଦର୍ଶନ କରି ଏହାର ବିକାଶ ସମ୍ପର୍କରେ ସେବାୟତ, ଟ୍ରଷ୍ଟି ଏବଂ ସାଧାରଣ ଲୋକଙ୍କ ସହ ସେ ଆଲୋଚନା କରିଥିଲେ। ଏହି ମନ୍ଦିରଗୁଡ଼ିକର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ।
ସେହିପରି କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କରି ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ସଚିବ। ଡିସେମ୍ବର ସୁଦ୍ଧା କାର୍ଯ୍ୟ ସମାପ୍ତି ସୁନିଶ୍ଚିତ କରିବାକୁ ସେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦେଶ ଦେଇଥିଲେ। ନୟାଗଡ଼ ବଳାଙ୍ଗି ଉଦ୍ୟାନ ପରିଦର୍ଶନ କରି ଏହାର ବିକାଶ ନେଇ ଆଲୋଚନା କରିଥିଲେ ଶ୍ରୀ ପାଣ୍ଡିଆନ। ଓଡ଼ଗାଁ ମିଶନ ଶକ୍ତି କାଫେରେ ମିଶନ ଶକ୍ତି ସଦସ୍ୟାଙ୍କ ସହ ସେ କଥା ହୋଇଥିଲେ। ଏହାସହ ସେ ଲାଠିପଡ଼ା ଟାଙ୍ଗୀ ପଡ଼ିଆରେ ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଓଡ଼ଗାଁରେ ଛତୁ ପ୍ରକ୍ରିୟାକରଣ କାରଖାନାକୁ ଯାଇ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ ସହ ସମସ୍ତ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ନୟାଗଡ଼ରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସେ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ।
୫-ଟି ସଚିବଙ୍କ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ୍ କ୍ରିଷ୍ଣା, ଆଇଜି ଆଶିଷ ସିଂହ, ଜିଲାପାଳ ରବୀନ୍ଦ୍ରନାଥ ସାହୁ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories