ପୋର୍ଟ ଅଫ ସ୍ପେନ : ବିରାଟ କୋହଲିଙ୍କ ଶତକ ପରେ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଐତିହାସିକ ୧୦୦ତମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୩୮ରନ୍ କରିଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ଏକ ୱିକେଟ ହରାଇ ୮୬ ରନ ସଂଗ୍ରହ କରିଛି। ଏବେ ବି ୱେଷ୍ଟଇଣ୍ଡିଜ୍ ୩୫୨ ରନ ପଛରେ ରହିଛି।
ଭାରତ ପ୍ରଥମ ଦିନର ଅସମାପ୍ତ ୪/୨୮୮ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୮୭ ଓ ରବୀନ୍ଦ୍ର ଜାଡେଜା ୩୬ରନରୁ ଖେଳ ଆରମ୍ଭ କରିଥିଲେ। କୋହଲି ଓ ଜାଡେଜା ପ୍ରାରମ୍ଭରୁ ଧିମା ବ୍ୟାଟିଂ କରିଥିଲେ । ବିରାଟ ଧିରେ ସୁସ୍ଥେ ବ୍ୟାଟିଂ କରିବା ସହିତ ଶତକ ହାସଲ କରିଥିଲେ। ବିରାଟ ୧୮୧ଟି ବଲରୁ ୧୦ଟି ଚୌକା ସହ ଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ବିରାଟଙ୍କ ଏହା ୨୯ତମ ଶତକ। ଉଭୟେ ୫ମ ୱିକେଟରେ ୧୫୯ରନ ସଂଗ୍ରହ କରିଥିଲେ। ସ୍କୋର ୩୪୧ରନ ଥିବାବେଳେ କୋହଲି ୨୦୬ଟି ବଲରୁ ୧୧ଟି ଚୌକା ସହ ୧୨୧ରନ କରି ରନ୍ଆଉଟ୍ ହୋଇଥିଲେ। ୬ଷ୍ଠ ୱିକେଟରେ ଇଶାନ କିଷନ ଓ ଜାଡେଡା୧୯ରନ ସଂଗ୍ରହ କରିଥିଲେ। ୩୬୦ରନ ସ୍କୋର ଥିବାବେଳେ ଜାଡେଜା ୬୧ରନ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ଓ ମୁକେଶ କୁମାର ଉଭୟ ଖାତା କୋଲି ନ ପାରି ଶୂନରେ ଆଉଟ ହୋଇଥିଲେ।
ୱେଷ୍ଟଇଣ୍ଡିଜ୍ ପକ୍ଷରୁ କେମାର ରୋଚ୍ ଓ ଜୋମାଲ ୱାରିକେନ୍ ୩ଟି ଲେଖାଏଁ , ଜାସନ ହୋଲଡ ୨ଟି ଓ ସାନନ ଗ୍ରାବିଏଲ ଗୋଟିଏ ୱିକେଟ ନେଇଛନ୍ତି ।



