www.samajalive.in
Monday, December 15, 2025
26.1 C
Bhubaneswar

କରୋନା: ଭାରତ ବଦଳରେ ଆମେରିକାରେ ପହଞ୍ଚିଗଲା ୫ ଲକ୍ଷ କିଟ୍‌, ତ୍ଵରିତ ପରୀକ୍ଷା ଉପରେ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯାଞ୍ଚ କରିବା ଲାଗି ଭାରତ ଆସିବାକୁ ଥିବା ୫ ଲକ୍ଷ କିଟ୍‌ ଭୁଲବଶତଃ ଆମେରିକାରେ ପହଞ୍ଚିଯାଇଛି। କେନ୍ଦ୍ର ସମେତ ଅନେକ ରାଜ୍ୟ ଚୀନର ଏକ କମ୍ପାନୀକୁ କିଟ୍‌ ଅର୍ଡର ଦେଇଥିଲେ। କିନ୍ତୁ ରପ୍ତାନୀକାରୀ ବ୍ୟବସାୟୀ ଉକ୍ତ କିଟ୍‌ଗୁଡ଼ିକୁ ଆମେରିକା ପଠାଇ ଦେଇଛନ୍ତି। ଏହି କିଟ୍‌ ଜରିଆରେ ମାତ୍ର ଅଧ ଘଣ୍ଟାରେ କରୋନା ପରୀକ୍ଷା ରିପୋର୍ଟ ବାହାରିଥାଏ। କିଟ୍‌ ନ ଆସିବା ଫଳରେ ଏବେ ଭାରତରେ ତ୍ଵରିତ କରୋନା ଭୂତାଣୁ ପରୀକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ଆଇସିଏମଆର)ର ମୁଖ୍ୟ ମହାମାରୀ ବିଶେଷଜ୍ଞ ଡା, ରମନ ଆର. ଗଙ୍ଗାଖେଦକର କହିଛନ୍ତି, ୫ ଲକ୍ଷ କିଟ୍‌ ପାଇଁ ଅର୍ଡର ଦିଆଯାଇଥିଲା। ସେଥିରୁ କିଛି ଭାରତରେ ପହଞ୍ଚିବାର ଥିଲା। କିନ୍ତୁ ତାହା ଏଯାଏ ପହଞ୍ଚି ନାହିଁ। ମାତ୍ର ଖୁବଶୀଘ୍ର କିଟ୍‌ ପହଞ୍ଚିବ ବୋଲି ସେ କହିଛନ୍ତି। ତାମିଲନାଡୁର ମୁଖ୍ୟ ଶାସନ ସଚିବ ଶଣମୁଗମ କହିଛନ୍ତି, ଚୀନର କମ୍ପାନୀକୁ ରାଜ୍ୟ ପକ୍ଷରୁ ୪ ଲକ୍ଷ ରାପିଡ୍‌ ଆଣ୍ଟିବଡି କିଟ୍‌ର ଅର୍ଡର ଦିଆଯାଇଥିଲା। କେନ୍ଦ୍ର ବି ଏହି କମ୍ପାନୀକୁ ୫ ଲକ୍ଷ କିଟ୍‌ ଅର୍ଡର କରିଥିଲା। ପ୍ରଥମ ପର୍ଯ୍ୟାୟ କିଟ୍‌ ଭାରତ ଆସିବାର ଥିଲା, ଯେଉଁଥିରେ ୫୦ ହଜାର ତାମିଲନାଡୁର ଥିଲା। କିନ୍ତୁ ରପ୍ତାନୀକାରୀ ବ୍ୟବସାୟୀ ସେସବୁକୁ ଆମେରିକା ପଠାଇଦେଇଛନ୍ତି। ଖୁବଶୀଘ୍ର ସେଗୁଡ଼ିକ ଆମେରିକାରୁ ଆସି ଭାରତରେ ପହଞ୍ଚିବ। ସୂଚନାଯୋଗ୍ୟ, ଏହି କିଟ୍‌ ଜରିଆରେ ମାତ୍ର ଅଧ ଘଣ୍ଟାରେ କରୋନା ପରୀକ୍ଷା ହୋଇପାରିବ। ବର୍ତ୍ତମାନ ବ୍ୟବହାର କରାଯାଉଥିବା କିଟ୍‌ରେ ପରୀକ୍ଷା କରିବା ଲାଗି ୩/୪ ଘଣ୍ଟା ସମୟ ଲାଗୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories