www.samajalive.in
Monday, December 15, 2025
26.1 C
Bhubaneswar

ଓମିକ୍ରନ ପାଇଁ ଚତୁର୍ଥ ତ୍ରୟମାସିକରେ ଜିଡିପିର ୦.୪୦% ପ୍ରଭାବିତ ହେବ

ମମ୍ବଇ: କୋଭିଡର ଓମିକ୍ରନ ପ୍ରକରଣ ସଂକ୍ରମଣ କାରଣରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ମୋଟ ଘରୋଇ ଉତ୍ପାଦନ (ଜିଡିପି) ୦.୪୦% ପ୍ରଭାବିତ ହେବ। ଏଥିସହିତ ସମୁଦାୟ ୨୦୨୧-୨୨ ଆର୍ଥିକ ବର୍ଷର ଜିଡିପି ଏଥିଯୋଗୁଁ ୦.୧% ପ୍ରଭାବିତ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ତେବେ କୋଭିଡର ତୃତୀୟ ପର୍ଯ୍ୟାୟ ଲହରର ପ୍ରଭାବ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ କମ୍‍ ରହିବ ବୋଲି ଏଥିରେ କୁହାଯାଇଛି। ଇଣ୍ଡିଆ ରେଟିଂସ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏହି ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନ ପ୍ରଭାବ କାରଣରୁ ୨୦୨୨ ଜାନୁଆରୀ-ମାର୍ଚ୍ଚରେ ଜିଡିପି ୦.୪୦% ପ୍ରଭାବିତ ହେବ। ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଂକ୍ରମଣ ରୋକିବା ସକାଶେ କଟକଣା ଲାଗୁ ଆରମ୍ଭ କରିଥିବାରୁ ଜିଡିପି ଉପରେ ତାହାର କିଛିଟା ପ୍ରଭାବ ପଡିବାକୁ ଯାଉଛି।
ଗତ ୧୫ ଦିନ ମଧ୍ୟରେ ଦେଶରେ କୋଭିଡର ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି ତାହା ଚତୁର୍ଥ ତ୍ରୟମାସିକରେ ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଏଥିଯୋଗୁଁ ୨୦୨୨ ଜାନୁଆରୀ-ମାର୍ଚ୍ଚରେ ଜିଡିପି ଅଭିବୃଦ୍ଧି ହାର ୫.୭% ହେବ, ଯାହା ପୂର୍ବର ଆକଳନ ୬.୧% ତୁଳନାରେ ୦.୪୦% କମ୍‍ ରହିବ। ସେହିଭଳି ସମୁଦାୟ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଜିଡିପି ଅଭିବୃଦ୍ଧି ହାର ୯.୩% ହେବା ଆକଳନ କରାଯାଇଛି, ଯାହା ପୂର୍ବ ଅନୁମାନ ତୁଳନାରେ ୦.୧% ହ୍ରାସପାଇବ। ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରନ ପ୍ରକରଣ ରହିଥିବା ଆଶଙ୍କା କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ଚଳିତ ତୃତୀୟ ଲହରର ମୁକାବିଲା କରିବାକୁ ଉଭୟ ସରକାର ଏବଂ ବ୍ୟବସାୟିକ ସଂସ୍ଥାଗୁଡିକ ପୂର୍ବାପେକ୍ଷା ଅଧିକ ଭଲ ଭାବରେ ପ୍ରସ୍ତୁତ ରହିଛନ୍ତି। ତୃତୀୟ ଲହର ପ୍ରଭାବ ହ୍ରାସପାଇବା ମାତ୍ରେ ଅର୍ଥନୀତି ପୂର୍ବ ସ୍ଥିତିକୁ ଫେରିବା ଆରମ୍ଭ କରିବ। ଏହି ରେଟିଂ ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଚି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ନୀତିଗତ ଆଭିମୁଖ୍ୟକୁ ଅପରିବର୍ତ୍ତିତ ରଖିବ ଏବଂ କେନ୍ଦ୍ର ସରକାର ବିତ୍ତୀୟ ବନ୍ଦୋବସ୍ତ ବ୍ୟବସ୍ଥାକୁ ଫେରିବା ନିମନ୍ତେ ତରବର ହେବେନାହିଁ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories