କେନାଲରେ ବୁଡ଼ି ନାବାଳକର ମୃତ୍ୟୁ
ଯାଜପୁର : ଯାଜପୁର ଜିଲା ବିଂଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟରେ ଥିବା କେନାଲରେ ବୁଡ଼ି ରବିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। । ମୃତ ନାବାଳକ ଜଣଙ୍କ ହେଉଛନ୍ତି ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ସେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ର ଥିଲେ ।
ସୂଚନା ଅନୁଯାୟୀ, ଗାଁର କିଛି ପିଲା କେନାଲରେ ଗାଧୋଉଥିବା ବେଳେ ରାଜାର ଗୋଡ ଖସିଯାଇଥିଲା । ତାକୁ ଉଦ୍ଧାର କରିବାକୁ କେତେକ ପିଲା ଯାଇଥିଲେ ମଧ୍ୟ ଉଦ୍ଧାର କରି ପାରିନଥିଲେ । ଏ ନେଇ ବିଂଝାରପୁର ଦମକଳ ବାହିନିକୁ ଖବର ଦିଆଯାଇଥିଲା । ଦମକଳ ବାହିନି ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏ ନେଇ ବିଂଝାରପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।