ଜୁନ୍ ୨୪ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା.. ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିବ..
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବେ.. ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ.. ଅତ୍ୟଧିକ ଭିଡ ଓ ଟ୍ରାଫିକ୍ ସମସ୍ୟା ଆଶଙ୍କାରେ ବନ୍ଦ ପାଇଁ ନିଷ୍ପତ୍ତି..
ଇସ୍ରାଏଲର ଏକ ଡାକ୍ତରଖାନା ଉପରେ ଇରାନର କ୍ଷେପଣାସ୍ତ୍ର ମାଡ.. ଏହି ଯୁଦ୍ଧରେ ଆମେରିକା ସାମିଲ ହେବାର ସମ୍ଭାବନା ରହିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ରକ୍ତମୁଖା ହୋଇପଡ଼ିଛି ଇରାନ..
ଯାଜପୁରରେ ୪ ଦିନ, ଭଦ୍ରକରେ ୨ ଦିନ ବଢ଼ିଲା ସ୍କୁଲ ଛୁଟି.. ବଢ଼ୁଥିବା ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିଷ୍ପତ୍ତି.. ଯାଜପୁର ଜିଲ୍ଲା ପ୍ରଶାସନ ଜୁନ୍ ୨୪ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଭଦ୍ରକରେ ଜୁନ୍ ୨୨ରେ ଖୋଲିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା..
ଓଡିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ.. ଜୁଲାଇ ଦ୍ଵିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ.. ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ.. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଆସିବେ.. ଲାଇ ୭ ପରେ ୮ , ୯ କିମ୍ବା ୧୦ ତାରିଖରେ ଓଡିଶା ଆସିପାରନ୍ତି ରାହୁଲ.. କଂଗ୍ରେସର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ..



