www.samajalive.in
Saturday, December 6, 2025
16.1 C
Bhubaneswar

ଦେଢ଼ ବର୍ଷରେ ୪୫୪୪ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୫୪୪ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏସବୁ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯୪ ଜଣଙ୍କୁ ଦଣ୍ଡବିଦାନ ହୋଇଛି। ସୋମବାର ବିଧାନସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉତ୍ତର ଦେଇଛନ୍ତି।

ଏହାବ୍ୟତୀତ ଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ଅସଦାଚରଣ ମାମଲା ବୃଦ୍ଧି ପାଇଛି। ଏହି ସମୟ ଭିତରେ ୯୧୮୧ ମହିଳା ଅସଦାଚରଣ ମାମଲା ରୁଜୁ ହୋଇଛି। ୮୨୨୭ ମହିଳା ଅପହରଣ, ୨୯୩୩ ଦୁଷ୍କର୍ମ, ୫୪୬୪ ଯୌତୁକ ନିର୍ଯାତନା, ୪୪ଟି ଯୌତୁକ ଜନିତ ଆତ୍ମହତ୍ୟା, ୨୧୬୧ଟି ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦୁର୍ବ୍ୟବହାର, ୧୨୭୮ ଯୌନ ନିର୍ଯାତନା, ୨୨୪ ଶାରିରୀକ ସମ୍ପର୍କ ରଖି ବିବାହ ନ କରିବା ଆଦି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories