ଭୁବନେଶ୍ଵର: ଭୁବନେଶ୍ଵରରୁ ୪୫୧ ଯାତ୍ରୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଗୁରୁବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଗୁରୁବାର ପାଇଁ ମୋଟି ୫୦୫ ଯାତ୍ରୀ ଟିକେଟ୍ ବୁକ୍ କରିଥିଲେ। କିନ୍ତୁ ୪୫୧ ଯାତ୍ରୀ ଆସିଥିବାବେଳେ ୫୪ ଜଣ ଯାତ୍ରା କରି ନ ଥିଲେ। ସେହିପରି ଅନ୍ୟାନ୍ୟ ଷ୍ଟେଶନରୁ ୯୨୨ଟି ଟିକେଟ ବୁକ୍ ହୋଇଥିଲା। ସେଥିରୁ ୪୧ଟି ଟିକେଟ୍ ରଦ୍ଦ ହୋଇଥିବାବେଳେ ୮୮୧ ଜଣ ଯାତ୍ରା କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଲକଡାଉନ ସମୟରେ ଦିଲ୍ଲୀରୁ ଦେଶର ୧୫ଟି ଷ୍ଟେଶନକୁ ୧୫ ଯୋଡ଼ା ଅର୍ଥାତ ୩୦ଟି ଟ୍ରେନ ଚଳାଚଳ କରୁଛି। ଏହି ପରିପ୍ରେକ୍ଷୀରେ ଗତ ବୁଧବାର ଭୁବନେଶ୍ଵର ଷ୍ଟେଶନରୁ ଏକ ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ଭୁବନେଶ୍ଵରରୁ ୫୪୫ ଯାତ୍ରୀ ଯାତ୍ରା କରିଥିଲେ।



