www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଅପଡେଟ୍ : ସୋମବାର ମଧ୍ୟାହ୍ନ ସୁଦ୍ଧା ଦେଶରେ ୪୧୫ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ : ମାର୍ଚ୍ଚ ୨୩ ସୋମବାର ମଧ୍ୟାହ୍ନ ସୁଦ୍ଧା ଦେଶରେ ମୋଟ୍ ୪୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଭାରତୀୟ ମେଡିକାଲ ରିସର୍ଚ୍ଚ ଆସୋସିଏସନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୯ଟି ନୂଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଦିଲ୍ଲୀରେ ୩୦ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୩ ଜଣ ବିଦେଶରୁ ଫେରିଥିବାବେଳେ ୭ ଜଣ ସେମାନଙ୍କ ପରିବାରର ସଦସ୍ୟ। ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଦିଲ୍ଲୀର ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସେ ଲକ୍ ଡାଉନ୍ ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।


ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ ୮୯ ଜଣ ଲୋକ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

- Advertisement -

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମଲୁ କହିଛନ୍ତି ଯେ, ତାଙ୍କ ରାଜ୍ୟରେ କରୋନା ସଂକ୍ରମିତ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଶ୍ରୀରାମଲୁଙ୍କ ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଡାକ୍ତରଖାନା କରୋନା ଭୂତାଣୁ ପୀଡିତଙ୍କ ପାଇଁ ରଖାଯାଇଛି। ଏହା ବ୍ୟତୀତ ସେ କହିଛନ୍ତି ଯେ ୧୦୦୦ ଭେଣ୍ଟିଲେଟର କିଣିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଗୁଜୁରାଟ ସରକାରଙ୍କ ଅନୁଯାୟୀ, ତାଙ୍କ ରାଜ୍ୟରେ ଏପର୍ଯ୍ୟନ୍ତ ୨୯ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories