www.samajalive.in
Saturday, December 6, 2025
15.1 C
Bhubaneswar

ସରକାରୀ ଅଫିସରେ ମାଡ଼ୁଛି କରୋନା; ଗୋଟିଏ ଦିନରେ ବୌଦ୍ଧ ସହରରୁ ୨୭

ବୌଦ୍ଧ ଜିଲ୍ଲାରେଆଜି ୪୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ କରୋନା ପଜିଟିଭ ଜଣାପଡିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ଚିହ୍ନଟ ୪୧ ଜଣଙ୍କ ମଧ୍ୟରୁ ୧୪ ଜଣ ଜିଲାର ବିଭିନ୍ନ ସ୍ଥାନରୁ ହୋଇଥିବା ବେଳେ କେବଳ ସହରରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନାରୁ ପ୍ରକାଶଯେ, ବୌଦ୍ଧ ସହରର ଜିଲାପାଳଙ୍କ କାର୍ଯ୍ୟାଳୟରୁ – ୩ , ଜିଲା ମୁଖ୍ୟ ଚିକିତ୍ସାଳୟରୁ – ୭, ଡିଆରଡିଏରୁ – ୧୨, ଅବକାରୀ ବିଭାଗରୁ – ୬, କଚେରୀ ଛକରୁ – ୫, ପୋଡାପଡାରୁ- ୧, ବଘିଆପଡା – ୧, ବଲାସିଂଗା- ୧, ଜହ୍ନାପଙ୍କରୁ- ୧, ଦହ୍ୟା – ୧, ସରସରା – ୧ ଓ ଖୁଂଟବନ୍ଧରୁ- ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

- Advertisement -

ଜିଲାରେ ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କେତେକଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କେତେକଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି । ଆଜିର ୪୧ ଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩ କୁ ବୃଦ୍ଧି ହୋଇଛି । ଅନ୍ୟ ପକ୍ଷରେ ୫୦ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories