www.samajalive.in
Saturday, December 13, 2025
26.1 C
Bhubaneswar

କଣ୍ଟେନର ଓଲଟି ୪୦ ଗୋରୁଙ୍କ ମୃତ୍ୟୁ

ସୋନପୁର: ସୋନପୁର ବିଶିମୁଣ୍ଡା ଚକରେ ଅଭାବନୀୟ ଘଟଣା ଘଟିଛି। ଏକ ଗୋରୁ ବୋଝେଇ କଣ୍ଟେନର ଓଲଟି ୪୦ ଗୋରୁଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ  ଏକ କଣ୍ଟେନରରେ ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଗୋରୁ ଚାଲାଣ କରାଯାଉଥିଲା। ହେଲେ  ହଠାତ୍ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ୪୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏବଂ ଅନ୍ୟ କିଛି ଗୋରୁଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories