www.samajalive.in
Thursday, December 11, 2025
18.1 C
Bhubaneswar

ପୁରୀ ରଥଯାତ୍ରା ପାଇଁ ହେବ ୪ଥର କରୋନା ପରୀକ୍ଷା

ଭୁବନେଶ୍ବର: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବ। ଏଥିରେ ସଂପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ପରୀକ୍ଷା କରାଯିବା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଏଥର ରଥଯାତ୍ରାରେ ସମ୍ପୃକ୍ତ ସମସ୍ତ ସେବାୟତଙ୍କ ଆର୍‌ଟିପିସିଆର ପରୀକ୍ଷା କରାଯିବ। ରଥ ସହ ସମ୍ପୃକ୍ତ ସମସ୍ତଙ୍କର ୪ ଥର ହେବ ଆରଟିପିସିଆର ପରୀକ୍ଷା ହେବ। ସେବାୟତ, ପୁଲିସ କର୍ମଚାରୀ ଏବଂ ମନ୍ଦିର ଅଧିକାରୀଙ୍କର ଆର୍‌ଟିପିସିଆର ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ନାନ ଯାତ୍ରା ପୂର୍ବରୁ ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ଆର୍‌ଟିପିସିଆର ପରୀକ୍ଷା କରାଯିବାକୁ ଥିବାବେଳେ ବାହୁଡ଼ା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରିବିଜେର ୧୫ଦିନ ପରେ କରୋନା ପରୀକ୍ଷା କରାଯିବ। ୪୮ଘଣ୍ଟା ପୂର୍ବରୁ ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯିବାକୁ ବୈଠକରେ ନିଷ୍ପତ୍ତି। ଏହା ସହିତ ସମ୍ପୃକ୍ତ ସମସ୍ତ ସେବାୟତ ଏବଂ ଅଧିକାରୀଙ୍କ ଟିକାକରଣ ଉପରେ ଏହି ବୈଠକରେ ଗୁରୁତ୍ବ ଦିଆଯାଇଛି। ସେହିପରି ଯୋଗସୂତ୍ର ସ୍ଥାପନ ଲାଗି ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମ୍‌ଓ ଅଫିସ ମଧ୍ୟରେ ନିଯୁକ୍ତି ପାଇଥିବା ନୋଡାଲ ଅଧିକାରୀ ଯୋଗସୂତ୍ର ରଖିବେ। ସ୍ନାନଯାତ୍ର ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ବି ରାଜ୍ୟରେ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ। ବିନା ଭକ୍ତରେ ଏହି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଅନେକ କଟକଣା ମଧ୍ୟ ରଖାଯାଇଛି। ରାଜ୍ୟର ଅନ୍ୟସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ରଥଯାତ୍ରା ହେବ ନାହିଁ। ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା ନହେଲେ ବି ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ। ତେବେ କେବଳ ମନ୍ଦିର ଭିତରେ ହିଁ ନୀତିକାନ୍ତି ସଂପନ୍ନ କରାଯାଇପାରିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories