www.samajalive.in
Wednesday, December 10, 2025
16.1 C
Bhubaneswar

ସୁସ୍ଥ ହେଲେ ଆଉ ୬୨୫୨ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୨୯ ହଜାର ୮୫୧

ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ଆଉ ୬୨୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୨୯ ହଜାର ୮୫୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୯୩, କଟକରୁ ୬୨୨, ଯାଜପୁରରୁ ୪୦୬, ଅନୁଗୋଳରୁ ୪୦୩, ବାଲେଶ୍ୱରରୁ ୩୭୩, ମୟୂରଭଞ୍ଜ ଓ ପୁରୀରୁ ୨୯୨ ଜଣ ଲେଖାଁଏ, ଢେଙ୍କାନାଳରୁ ୨୮୨, ସୁନ୍ଦରଗଡରୁ ୨୭୮, ଭଦ୍ରକରୁ ୨୫୭ ଓ କେନ୍ଦ୍ରାପଡ଼ାରୁ ୨୩୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

- Advertisement -

ସେହିପରି ଜଗତସିଂହପୁର ୨୦୮, ନବରଙ୍ଗପୁରରୁ ୧୯୮, ବୌଦ୍ଧରୁ ୧୫୨, କୋରାପୁଟରୁ ୧୩୭, ରାୟଗଡାରୁ ୧୩୬, ନୟାଗଡ଼ରୁ ୧୨୦, ବରଗଡ଼ ଓ କେନ୍ଦୁଝରରୁ ୧୧୯ ଜଣ ଲେଖାଁଏ, କନ୍ଧମାଳରୁ ୮୦, ବଲାଙ୍ଗୀରରୁ ୭୫, କଳାହାଣ୍ଡିରୁ ୬୬, ସମ୍ବଲପୁର ଓ ମାଲକାନଗିରିରୁ ୬୫ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ୫୬ ଓ ଗଞ୍ଜାମରୁ ୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗଜପତିରୁ ୪୮, ଝାରସୁଗୁଡାରୁ ୪୦, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୫୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୨୯ ହଜାର ୮୫୧ରେ ପହଞ୍ଚିଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories