www.samajalive.in
Saturday, December 6, 2025
16.1 C
Bhubaneswar

ଗପସପ ହେଉଥିଲେ ହଠାତ୍ ଭୁଶୁଡି ପଡିଲା: ଅକାଳରେ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ : ହଠାତ୍ ଭୁଶୁଡିଲା ପାଚେରୀ। ଆଉ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ହରିୟାଣା ଗୁରୁଗ୍ରାମ ଅର୍ଜୁନ ନଗରରେ। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ନାବାଳିକା ଥିବା ସୂଚନା ମିଳିଛି। ମୃତକ ମାନେ ହେଲେ ମନୋଜ ଗାବା, ଦେବୀ ଦୟାଲ ଏବଂ କୃଷ୍ଣ କୁମାର । ଘଟଣାରେ ଆହତ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ବେଳର ପୁରା ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ଭିଡିଓ ଟିରେ ଦେଖାଯାଇଛି ଯେ , କିଛି ବ୍ୟକ୍ତି ଏକ ପାଚେରୀ ନିକଟରେ ବସି କଥାବାର୍ତ୍ତା ହେଉଥିବାବେଳେ ହଠାତ୍ ପାଚେରୀଟି ଭୁଶୁଡି ପଡିଥିଲା। ଫଳରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା। ତେବେ କିଭଳି ଭାବେ ପାଚେରୀଟି ଭୁଶୁଡି ପଡିଲା , ସେ ନେଇ ତଦନ୍ତ ଜାରି ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories