www.samajalive.in
Friday, December 12, 2025
15.1 C
Bhubaneswar

୧୬କୁ ଘୁଞ୍ଚିଲା +୩ ନାମଲେଖା

ଭୁବନେଶ୍ବର: ରାଜ୍ୟରେ ଥିବା ୧୦୪୭ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ୨୦୧୯-୨୦ ଶିକ୍ଷାବର୍ଷ ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାକୁ ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୨ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମ ଲେଖାଇବା ଓ ୧୩ ତାରିଖ ସୁଦ୍ଧା ଇ-ସ୍ପେସ୍‌ରେ ଚୂଡାନ୍ତ ନାମଲେଖା ତଥ୍ୟ ଅପଲୋଡ୍‌ କରାଯିବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା।
ବହୁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ନାମଲେଖାଇ ପାରିନାହାନ୍ତିି। ଏହି ବିଦ୍ୟାର୍ଥୀ ଚଳିତ ମାସ ୧୬ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଦେୟପୈଠ କରିବା ସହ ନାମଲେଖାଇ ପାରିବେ। ସେହିଦିନ ଅପରାହ୍ଣ ୫ଟାରେ ଇ-ସ୍ପେସ୍‌ରେ ଦ୍ବିତୀୟ ପର୍ଯ୍ୟାୟର ଚୂଡାନ୍ତ ନାମଲେଖା ତାଲିକା ଅପଲୋଡ୍‌ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ଡ.ମିହୀର କୁମାର ଦାସ ଶୁକ୍ରବାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ରାଜ୍ୟରେ ମୋଟ ୨ଲକ୍ଷ ୪୩ ହଜାର ୨୭୪ ସିଟ୍‌ ରହିଛି।
ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଓ ସ୍ପଟ୍‌ ନାମଲେଖାରେ ମୋଟ ୧ ଲକ୍ଷ ୬୦ ହଜାର ୨୫୯ ଛାତ୍ରଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ବଳକା ଥିବା ସିଟ୍‌ରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories