www.samajalive.in
Wednesday, December 10, 2025
18.1 C
Bhubaneswar

ଋଷିକୁଲ୍ୟା ମହାବିଦ୍ୟାଳୟରେ
ଦୁଇଟି ଚାକିରିରେ ଜଣେ
ଭୁବନେଶ୍ୱର,୧୮।୧୨(ନି.ପ୍ର): ଶିକ୍ଷକ ଜାଲିଆତି ପରେ ଏବେ ଅଧ୍ୟାପକ ଜାଲିଆତିର ନମୁନା ଗଞ୍ଜାମ ଜିଲାରେ ଦେଖିବାକୁ ମିଳିଛି। ସୋରଡ଼ାସ୍ଥିତ ଋଷିକୂଲ୍ୟା ଡିଗ୍ରୀ ମହାବିଦ୍ୟାଳୟରେ ରାମଚନ୍ଦ୍ର ବିଶୋୟୀ ନାମକ ଜଣେ ବ୍ୟକ୍ତି ଦୁଇଟି ପଦରେ ଚାକିରି କରିବା ସହିତ ଦରମା ମଧ୍ୟ ନେଇଥିବା ଅଭିଯୋଗ ହୋଇଛି। ଶ୍ରୀ ବିଶୋୟୀ ଦୀର୍ଘବର୍ଷ ଧରି ଏହି ଜାଲିଆତି କରୁଥିଲେ ହେଁ ଉଚ୍ଚଶିକ୍ଷା ବିଭାଗ ଏହାର ଟେର ପାଉ ନ ଥିଲା। ଏନେଇ ଏକ ଅଭିଯୋଗ ଆଧାରରେ ବିଭାଗୀୟ ଉପନିର୍ଦେଶକ ଡ. ତିଳୋତ୍ତମା ସେନାପତି ଭଞ୍ଜନଗର ଉପଜିଲାପାଳଙ୍କୁ ଏହାର ତଦନ୍ତ ଲାଗି ଚିଠି ଲେଖିଛନ୍ତି। ଡ. ସେନାପତି ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ‘ପବ୍ଲିକ ଏଗନେଷ୍ଟ କରପସନ’ ପକ୍ଷରୁ ଶ୍ରୀ ବିଶୋୟୀଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆସିଛି। ସେଥିରେ ଶ୍ରୀ ବିଶୋୟୀ ପ୍ରାଣୀ ବିଜ୍ଞାନ(ଜୁଲୋଜି) ଅଧ୍ୟାପକ ରହିଥିବାବେଳେ ଜୀବ ବିଜ୍ଞାନ ବିଭାଗର ପରୀକ୍ଷାଗାର ସହାୟକ(ଲ୍ୟାବ୍ ଆସିଷ୍ଟାଣ୍ଟ) ଭାବେ ଦରମା ନେଇଥିବା ଦର୍ଶାଯାଇଛି। ଶ୍ରୀ ବିଶୋୟୀ ପରିଚାଳନା କମିଟିଠାରୁ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ହିସାବରେ ମଧ୍ୟ ଦରମା ଗ୍ରହଣ କରୁଥିଲେ। ସବୁଠାରୁ ବଡ଼କଥା ହେଲା ଉଚ୍ଚଶିକ୍ଷା ନିର୍ଦେଶକ ୨୦୧୦ରେ ଚାକିରି କାଏମ ରଖିବାବେଳେ ଶ୍ରୀ ବିଶୋୟୀ ଅଧ୍ୟାପକ ଥିବାବେଳେ କିଭଳି ଲ୍ୟାବ୍ ସହାୟକରେ ନିଯୁକ୍ତି ବୋଲି ଦର୍ଶାଇଲେ। ସେହିପରି ୧୯୯୯ ମସିହାରେ ଫୁଲବାଣୀର ଏକ ମହାବିଦ୍ୟାଳୟରେ ସେ ଜୀବ ବିଜ୍ଞାନରେ ସ୍ନାତକୋତ୍ତର (ଏମଏସସି) କରୁଥିବାବେଳେ ୧୯୯୮ ସେପ୍ଟେମ୍ବର ୧୫ରେ ନିଯୁକ୍ତି ପାଇଥିଲେ। ଶ୍ରୀ ବିଶୋୟୀ ୧୯୯୮ରେ ଲ୍ୟାବ ସହାୟକ ଭାବେ ନିଯୁକ୍ତିଠାରୁ ୨୦୧୯ ଜୁନ୍ ମଧ୍ୟରେ ୨୫ ଲକ୍ଷ ୭୩ହଜାର ୭୭୧ ଟଙ୍କା ନେଇଥିବାବେଳେ ଏହି ସମୟ ମଧ୍ୟରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାବେ ଦରମା ମଧ୍ୟ ନେଇଛନ୍ତି। ଏତେସବୁ ବ୍ୟତିକ୍ରମ କିଭଳି ମହାବିଦ୍ୟାଳୟରେ ହେଲା ଏବଂ ଉଚ୍ଚନିର୍ଦେଶାଳୟ କିଭଳି ଏହାକୁ ଦେଖି ପାରିଲା ନାହିଁ ସେ ନେଇ ‘ପବ୍ଲିକ ଏଗନେଷ୍ଟ କରପସନ’ ପକ୍ଷରୁ ଅଭିଯୋଗ କରାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories