www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନକୁ ଅସ୍ତ୍ରବିରତି ଉଲ୍ଲଂଘନ ମହଙ୍ଗା ପଡ଼ିଲା; ସେନା ଜବାବରେ ୩ ପାକ୍‌ ସୈନ୍ୟ ନିହତ, ୧୪ ଆହତ

ଜାମ୍ମୁ: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଭାରତୀୟ ଯବାନଙ୍କ ପ୍ରତିଆକ୍ରମଣରେ ପାକ୍‌ ସେନାର ୬ଟି ଶିବିର ଧ୍ଵଂସ ହୋଇଯାଇଛି। ଏହା ସହିତ ୩ ପାକ୍‌ ସୈନ୍ୟ ନିହତ ହୋଇଥିବାବେଳେ ଅନ୍ୟ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। କୁପୱାରା ସେକ୍ଟରର ନିୟନ୍ତ୍ରଣ ରେଖା ଆରପଟେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ନୀଲମ ବୈଲୀରେ ଭାରତୀୟ ସେନା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁସାରେ, ଗତ ଗୁରୁବାର ସକାଳେ ଭାରତୀୟ ସେନା ଶିବିର ଏବଂ ଅନ୍ୟ ଅଞ୍ଚଳକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକିସ୍ତାନ ପଟୁ ଅଚାନକ ଗୁଳି ମାଡ଼ କରାଯିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ସତ୍ବେ ପାକିସ୍ତାନର ଚେତା ପଶିନାହିଁ। ଶନିବାର ପୁଣି ଥରେ ପାକ୍‌ ପକ୍ଷରୁ କସ୍‌ବା ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories