www.samajalive.in
Saturday, December 6, 2025
14.1 C
Bhubaneswar

ମ୍ୟାଁମାର​ରେ ୩ ବ୍ରିଗେଡିୟରଙ୍କୁ ମୃତ୍ୟୁଦଣ୍ଡାଦେଶ

ୟାଙ୍ଗନ: ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାରଙ୍କ ପକ୍ଷରୁ ସେନାରେ କାର୍ଯ୍ୟରତ ୩ ଜଣ ବ୍ରିଗେଡିୟର ପାହ୍ୟା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରାଯାଇଛି। ଗତ ମାସରେ ମ୍ୟାଁମାରର ଉତ୍ତର ଦିଗରେ ଅବସ୍ଥିତ ଲାଉକାଇ ସହରରେ ଶତାଧିକ ସୈନ୍ୟଙ୍କ ସହ ଏହି ତିନିଜଣ ବ୍ରିଗେଡିୟର ବିଦ୍ରୋହୀ(ଥ୍ରୀ ବ୍ରଦରହୁଡ୍‌ ଆଲାଏନ୍ସ)ଙ୍କ ନିକଟରେ ଆତ୍ମସର୍ମପଣ କରିଥିବାବେଳେ ଲାଉକାଇ ସହରକୁ ସେମାନଙ୍କ କବ୍‌ଜାରେ ଛାଡିଦେଇଥିବା ଅଭିଯୋଗ ହୋଇଛି। ଆତ୍ମସମର୍ପଣ ପରେ ହିଁ ବିଦ୍ରୋହୀଙ୍କ କବଳରୁ ସେମାନେ ମୁକ୍ତି ପାଇଥିଲେ। ମ୍ୟାଁମାର ସାମରିକ ଶାସନ ଇତିହାସରେ ଏହା ସବୁଠାରୁ ଲଜ୍ଜାଜନକ ଘଟଣା ବୋଲି କୁହାଯାଇଛି। ଆତ୍ମସମର୍ପଣ ସମୟରେ ସବୁ ସୈନ୍ୟ ଓ ତିନି ବ୍ରିଗେଡିୟର ସେନା ପୋଷାକ ପିନ୍ଧିଥିଲେ। ମ୍ୟାଁମାରରେ ପ୍ରଚଳିତ ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ସେନା ଅଧିକାରୀ ଶିବିର ଛାଡି ଯାଇପାରିବେନି। ଏଥିରେ ବ୍ୟତିକ୍ରମ ଘଟିଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories