www.samajalive.in
Saturday, December 6, 2025
23.1 C
Bhubaneswar

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତିଲେ ୨ବର୍ଷର କୁନି ଝିଅ: ୩ ଆହତ, ଜଣେ ଗୁରୁତର

ରେଙ୍ଗାଲି : ରେଙ୍ଗାଲି ବ୍ଲକ ଗୁରୁପାଲିଠାରେ ଥିବା ଆର୍ ଆର୍ କଲୋନୀରେ ଆଦିତ୍ୟ ଆଲୁମିନିୟମ କମ୍ପାନୀର ଖାମଖିଆଲି ମନୋଭାବ ଯୋଗୁଁ ବିଦ୍ୟତ୍ ଆଘାତ ଲାଗି ଏକ ୨ ବର୍ଷର ଝିଅ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେଥି ମଧ୍ୟରୁ ଜଣକର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ମୁତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁସାରେ, ବୁଧୁବାର ଦିନ ଆର୍ ଆର୍ କଲୋନୀ ନିବାସୀ ଜଗନ୍ନାଥ କିଷାନଙ୍କ ଦୁଇ ବର୍ଷର ଝିଅ ପ୍ରାଚୀ ଘର ଅଗଣାରେ ଖେଳୁଥିବା ସମୟରେ ହଠାତ୍ ଆର୍ଥିଙ୍ଗ୍ ହେବାରୁ ବିଦ୍ୟୁତ୍ ଆଘାତ ଲାଗିବା ଆରମ୍ଭ ହୋଇଥିଲା। ପ୍ରାଚୀଙ୍କୁ ବିଦ୍ୟୁତ ଆଘାତ ଲାଗୁଥିବା ଦେଖି ଜଗନ୍ନାଥ ଏବଂ ତାଙ୍କ ବାପା ଓ ଭାଇ ଦୌଡ଼ି ଆସି କୌଶଳକ୍ରମେ ପ୍ରାଚୀଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ। ଭାଗ୍ୟ ବଶତଃ ପ୍ରାଚୀ ବିଦ୍ୟୁତ୍ କବଳରୁ ରକ୍ଷା ପାଇଯାଇଥିଲେ। କିନ୍ତୁ ଅନ୍ୟ ତିନି ଜଣ ଅର୍ଥାତ୍ ଜଗନ୍ନାଥ, ତାଙ୍କ ବାପା ଓ ଭାଇ ସଂଜ୍ଞା ହୀନ ହୋଇ ପଡିଯାଇଥିଲେ। ବିଦ୍ୟୁତ୍ ଆଘାତ ଏତେ ଭୟଙ୍କର ଥିଲାଯେ ଜଗନ୍ନାଥଙ୍କ ବାପାଙ୍କ ଏକ ଆଙ୍ଗୁଠି ଛିଣ୍ଡି ପଡିଛି। ତୁରନ୍ତ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବିର୍ଲାକମ୍ପାନୀ ଡାକ୍ତରଖାନାକୁ ନିଆ ଯାଇଥିଲା କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାକୁ ପଠାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories