www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସକୁ ବାନ୍ଧିଲା ପୁଲିସ

ଗୁଣୁପୁର: ଅର୍ଥ ଲାଳସା ମଣିଷକୁ କେତେ ନିମ୍ନଗାମୀ କରାଇ ତଳିତଳାନ୍ତ କରେ ତାର ଏକ ନିଚ୍ଛକ ଘଟଣା ସାମନାକୁ ଆସିଛି ରାୟଗଡା ଜିଲ୍ଲା ଗୁଣୁପୁରରୁ। ଗୁମୁଡ଼ା ନିକଟରେ ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ଗୃହରକ୍ଷୀ ସଂପୃକ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗତ ୧୭ ତାରିଖରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ଛାଡ଼ି ଦେବା ପାଇଁ ମାଫିଆ ଓ ଗୃହରକ୍ଷୀଙ୍କ ମଧ୍ୟରେ ହୋଇଥିଲା ୪ ଲକ୍ଷ ୭୦ ହଜାର ଟଙ୍କାର ବୁଝାମଣା । ଜଣଙ୍କ ଠାରୁ ୧ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ, ଅନ୍ୟ ଜଣେ ଗୃହରକ୍ଷୀଙ୍କ ଆକାଉଣ୍ଟ ରେ ୨ ଲକ୍ଷ ଟଙ୍କା ଜମା କରାଯାଇଥିଲା। ସେହି ଆକାଉଣ୍ଟ ଜବତ କରାଯାଇଛି । ଆଉ ବଳକା ଟଙ୍କା ଅଭିଯୁକ୍ତମାନେ ଖର୍ଚ୍ଚ କରିଦେଇଥିବା ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରସାଦ କୁମ୍ଭାର, ଗୋପବନ୍ଧୁ ଗୌଡ଼, ଜି କ୍ରିଷ୍ଣା ରାଓ । ଏମାନଙ୍କ ମଧ୍ୟରୁ ଜଣେ ଗୁଣୁପୁର ଥାନାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁମୁଡ଼ା ଫାଣ୍ଡିର ବୋଲି ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ଅନିଲ କୁମାର ଗୌଡ଼କୁ ମଧ୍ୟ ଗିରଫ କରାଯାଇଛି । ଗୁଣୁପୁର ଠାରେ ନୂତନ ଉପଖଣ୍ଡ ପୁଲିସ ଅଧିକାରୀ ଅଜୟ କୁମାର ବାରିକ ଯୋଗ ଦେଇଥିବା ବେଳେ ତାଙ୍କ ପାଇଁ ଏହାଏକ ବଡ଼ ସଫଳତା ବୋଲି କୁହାଯାଇଛି । ପୋଲିସ ଆଗକୁ ଏଭଳି ଦୃଢ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories