www.samajalive.in
Saturday, December 6, 2025
16.1 C
Bhubaneswar

ପୁଲିସକୁ ବାନ୍ଧିଲା ପୁଲିସ

ଗୁଣୁପୁର: ଅର୍ଥ ଲାଳସା ମଣିଷକୁ କେତେ ନିମ୍ନଗାମୀ କରାଇ ତଳିତଳାନ୍ତ କରେ ତାର ଏକ ନିଚ୍ଛକ ଘଟଣା ସାମନାକୁ ଆସିଛି ରାୟଗଡା ଜିଲ୍ଲା ଗୁଣୁପୁରରୁ। ଗୁମୁଡ଼ା ନିକଟରେ ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ଗୃହରକ୍ଷୀ ସଂପୃକ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗତ ୧୭ ତାରିଖରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ଛାଡ଼ି ଦେବା ପାଇଁ ମାଫିଆ ଓ ଗୃହରକ୍ଷୀଙ୍କ ମଧ୍ୟରେ ହୋଇଥିଲା ୪ ଲକ୍ଷ ୭୦ ହଜାର ଟଙ୍କାର ବୁଝାମଣା । ଜଣଙ୍କ ଠାରୁ ୧ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ, ଅନ୍ୟ ଜଣେ ଗୃହରକ୍ଷୀଙ୍କ ଆକାଉଣ୍ଟ ରେ ୨ ଲକ୍ଷ ଟଙ୍କା ଜମା କରାଯାଇଥିଲା। ସେହି ଆକାଉଣ୍ଟ ଜବତ କରାଯାଇଛି । ଆଉ ବଳକା ଟଙ୍କା ଅଭିଯୁକ୍ତମାନେ ଖର୍ଚ୍ଚ କରିଦେଇଥିବା ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରସାଦ କୁମ୍ଭାର, ଗୋପବନ୍ଧୁ ଗୌଡ଼, ଜି କ୍ରିଷ୍ଣା ରାଓ । ଏମାନଙ୍କ ମଧ୍ୟରୁ ଜଣେ ଗୁଣୁପୁର ଥାନାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁମୁଡ଼ା ଫାଣ୍ଡିର ବୋଲି ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ଅନିଲ କୁମାର ଗୌଡ଼କୁ ମଧ୍ୟ ଗିରଫ କରାଯାଇଛି । ଗୁଣୁପୁର ଠାରେ ନୂତନ ଉପଖଣ୍ଡ ପୁଲିସ ଅଧିକାରୀ ଅଜୟ କୁମାର ବାରିକ ଯୋଗ ଦେଇଥିବା ବେଳେ ତାଙ୍କ ପାଇଁ ଏହାଏକ ବଡ଼ ସଫଳତା ବୋଲି କୁହାଯାଇଛି । ପୋଲିସ ଆଗକୁ ଏଭଳି ଦୃଢ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories