www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍‌‌ ୩ଟି ସରଳ ଉପାୟ ; ଦୂର କରିବ ମୋଟାପଣ

ବିଭିନ୍ନ ପ୍ରକାର ଖାଦ୍ୟ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ। ଫଳରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପାଇଁ ମୋଟାପଣ ବୃଦ୍ଧି ହୋଇଥାଏ। ମାତ୍ର ଆପଣ କିଭଳି ଭୋଜନ ଗ୍ରହଣ କରୁଛନ୍ତି,ତାହା ଓଜନ ବୃଦ୍ଧି କରିବାର କାରଣ ପାଲଟିଥାଏ। କିଛି ଏଭଳି ଅଭ୍ୟାସ ରହିଛି,ଯାହା ଶରୀରରେ ମେଟାବୋଲିଜିୟମକୁ ସକରାତ୍ମକ ଭାବେ ପ୍ରଭାବିତ କରିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଭୋଜନ ଗ୍ରହଣ ସମୟରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟାକୁ ଦୂର କରିଥାଏ।
ଭୋଜନର ପରିମାଣ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ। ସକାଳର ଜଳଖିଆ ଅଧିକ,ଖରାବେଳର ଖାଦ୍ୟ ଜଳଖିଆ ତୁଳନାରେ କମ୍‌‌ ଓ ରାତି ଖାଦ୍ୟ ଅଳ୍ପ କିମ୍ବା ଆବଶ୍ୟକ ପରିମାଣରେ ସେବନ କରନ୍ତୁ।
ଖାଦ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଖାଦ୍ୟ ଖାଇବା ପରେ ତୁରନ୍ତ କୌଣସି ପାନୀୟ ଜିନିଷର ସେବନ କରନ୍ତୁ ନାହିଁ। ଖାଦ୍ୟ ଖାଇବାର ୪୫ ମିନିଟ୍‌‌ ପରେ ହିଁ ଜଳ ଓ ଅନ୍ୟ ପାନୀୟ ଜିନିଷର ସେବନ କରିପାରିବେ। ଏହାଦ୍ୱାରା ସଠିକ ଭାବେ ପାଚନ କ୍ରିୟା କାର୍ଯ୍ୟ କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ।
ଖାଦ୍ୟ ଖାଇବା ସମୟରେ ପ୍ରଥମେ କଞ୍ଚା ଜାତୀୟ ପରିବା ଅର୍ଥାତ ସାଲାଡରୁ ଆରମ୍ଭ କରନ୍ତୁ। ଏହାପରେ ପ୍ରସ୍ତୁତ ଓ ପ୍ରୋଟିନ ଯୁକ୍ତ ଭୋଜନ ଗ୍ରହଣ କରନ୍ତୁ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories