www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧)ଭିଜିଲାନ୍ସ ମାମଲାରେ ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ… ମଞ୍ଜୁର ହେଲା ମୋକିମଙ୍କ ଜାମିନ୍‌… ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର… ଲାଗିଲା ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ…

(୨) ପରଲୋକରେ ସମାଜବାଦୀ ପାର୍ଟି ସୁପ୍ରିମୋ… ୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ… ଅଗଷ୍ଟ ୨୨ରେ ମେଦାନ୍ତ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି… ଗୁରୁତର ହେବାରୁ ଆଇସିୟୁକୁ କରାଯାଇଥିଲା ସ୍ଥାନାନ୍ତର… ଆଜି ସକାଳ ୮ଟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ପୁଅ ଅଖିଳେଶ ଦେଲେ ସୂଚନା…

- Advertisement -

(୩) ମୁଲାୟମଙ୍କ ଦେହାନ୍ତରେ ସବୁଠି ଶୋକର ଛାୟା… ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଉଛନ୍ତି ୟୁପିବାସୀ… ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧନମନ୍ତ୍ରୀ ଜଣାଇଲେ ଶୋକ… କହିଲେ, ମୁଲାୟମଙ୍କ ଦେହାନ୍ତରେ ହୋଇଛି ଅପୂରଣୀୟ କ୍ଷତି… ପ୍ରଧାନମନ୍ତ୍ରୀ ମନେପକାଇଲେ ପୁରୁଣାଦିନର କଥା…

ଗୋପବନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି; ଦେଖନ୍ତୁ ଭିଡିଓ

(୪) ଆଜି ବି ଭିଜିବ ଓଡ଼ିଶା… କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା… ଆସନ୍ତା କାଲିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ… ଏବେ ବି ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା… ଚଳିତ ମାସରେ ସ୍ୱାଭାବିକ ଠାରୁ ବର୍ଷିଛି ଅଧିକ ୬୫ ପ୍ରତିଶତ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା…

(୫) ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ… ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ.. ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ତନାଘନା କରୁଛି ଭିଜିଲାନ୍ସ ଟିମ୍‌… ଏକକାଳୀନ ୬ଟି ସ୍ଥାନରେ ହେଉଛି ଯାଞ୍ଚ… ଘଟଣାସ୍ଥଳରେ ଅଛନ୍ତି ୩ ଡିଏସପି, ୧୧ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ…

(୬) ଦୁଲୁକୁଛି ଢେଙ୍କାନାଳ… ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ… ସହରର ୩୮ଟି ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ… ତୋରଣ ସାଙ୍ଗକୁ ଚିକମିକ୍‌ ଆଲୁଅରେ ସୁନ୍ଦର ଦିଶୁଛି ସହର…୨ବର୍ଷର କରୋନା କଟକଣା ପରେ ଧୁମଧାମରେ ମା’ଙ୍କ ଆରାଧନା କରୁଛନ୍ତି ସହରବାସୀ…

(୭) ଆହୁରି ତୀବ୍ର ହୋଇପାରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ… ପୁଟିନ୍‌ ଡାକିଲେ ସୁରକ୍ଷା ପରିଷଦର ଜରୁରୀ ବୈଠକ… ସଜାଗ ହେଲାଣି ୟୁକ୍ରେନ୍‌… କ୍ରିମିଆ ସେତୁ ହମଲାର ପ୍ରତିଷୋଧ ନେଇପାରନ୍ତି ରୁଷ ରାଷ୍ଟ୍ରପତି… ମୁକାବିଲା କରିବାକୁ ୟୁକ୍ରେନ୍‌ ହେଉଛି ପ୍ରସ୍ତୁତ…

(୮) ଧାମନଗରରେ ବହୁଛି ନିର୍ବାଚନ ତାତି… ଉପନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି ବିଜେପି… ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟ ବଂଶୀଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି… ସମବେଦା ଉପରେ ରଖିଛି ବିଜେପି ଭରସା.. ସେପଟେ ବିଜେଡି ଓ କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା…

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories