www.samajalive.in
Sunday, December 14, 2025
19.1 C
Bhubaneswar

କଟକରେ ବଡ଼ ଅଘଟଣ: କୋଠା ବାଲକୋନୀ ଭୁଶୁଡ଼ି ୩ ମୃତ

ସମାଜଲାଇଭ ଡେସ୍କ: କଟକ ସହରର ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଛି। ଏକ ଆଜବେଷ୍ଟସ ଘର ଉପରେ କୋଠା ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଅବଦୁଲ ମୁଜାହିଦ(୪), ଅବଦୁଲ ଜଲିଲ(୬୦), ଅବଦୁଲ ଜହିଦ(୩୦)। ଅନ୍ୟ ଜଣେ ମହିଳା ସାଇନା ବେଗମ(୨୯) ଗୁରୁତର ଅଛନ୍ତି।

ସୂଚନା ଅନୁସାରେ, ମଣିସାହୁ ଛକ ନିକଟ ହାଡ଼ିବନ୍ଧୁ ସ୍କୁଲ ପାଖରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ଏହି ଦୁର୍ଘଟଣା ଘଟିଛି। ମଣିସାହୁ ଛକରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ଖସି ପଡ଼ିଥିଲା। ଫଳରେ ଆଜବେଷ୍ଟସ ଘରଟି ଭାଙ୍ଗିଯିବା ସହିତ ଘର ଭିତରେ ଥିବା ଲୋକମାନେ ଆହତ ହୋଇଥିଲେ। ଖବର ପାଇ କଟକ ଅଗ୍ନିଶମ ସେବା କର୍ମଚାରୀମାନେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କୋଠାଠି ବହୁ ପୁରୁଣା ବୋଲି କୁହାଯାଉଛି। ଏହି ଦୁର୍ଘଟଣା ପରେ ସହରରେ ଥିବା ବିପଦସଙ୍କୁଳ କୋଠାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ସେସବୁକୁ ଚିହ୍ନଟ କରି ବିପଦସଙ୍କୁଳ ଘୋଷଣା କରିବାକୁ ଦାବି ହୋଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories