ତାଲପଦର : ବିଜେପୁର ବ୍ଲକ ଅର୍ନ୍ତଗତ ତାଲପଦର ଗ୍ରାମରେ ଉଦ୍ଭାଲଗଡ଼ କ୍ରୀଡ଼ା ସଂସଦର ୩ଦିନିଆ ଫୁଟବଲ ମ୍ୟାଚ୍ ଉଦଯାପିତ ହୋଇଯାଇଛି। ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚ ତାଲପଦର ଓ କୁଚିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କୁଚିପାଲି ଦଳ ତାଲପଦର ଦଳକୁ ୫ଟି ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି।
ଏଥିରେ ଅତିଥି ଭାବେ ଲକ୍ଷ୍ମଣ ବରିହା, ବାସୁଦେବ ପଧାନ, ସୁଶାନ୍ତ ରଜଂନ ପଧାନ ,ପ୍ରମୋଦ ମିଶ୍ର, ସାମ୍ବଦିକ ପ୍ରାଣବନ୍ଧୁ ସାହୁ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ଶିକ୍ଷକ ହୃଦମଣି ସାହୁ, ସନ୍ତୋଷ ପଟେଲ,ଉମେଶ ଭୋଇ,ବିଶ୍ୱନାଥ ବିଶ୍ୱାଳ ଖେଲ ପରିଚାଳନା କରିଥିଲେ।



