www.samajalive.in
Sunday, December 14, 2025
16.1 C
Bhubaneswar

ପୂର୍ବରୁ ବ୍ୟବହୃତ ହେଉଥିବା ଔଷଧର ଚାଲିଛି ଯାଞ୍ଚ, ୩୦ବର୍ଷ ହେଲାଣି ଥଣ୍ଡା, କାଶ ଯନ୍ତ୍ରଣାରୁ ମୁକ୍ତି ପାଇଁ ଲୋକେ ଖାଉଛନ୍ତି

ନୂଆଦିଲ୍ଲୀ: ସାଧାରଣରେ ଥଣ୍ଡା, କାଶ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର ହେଉଥିବା ୩ଟି ଔଷଧର ସୁରକ୍ଷା ଓ କାର୍ଯ୍ୟକାରିତା ନେଇ ପରୀକ୍ଷା କରିବାକୁ କୁହାଯାଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ଏହି ଔଷଧ ବଜାରରେ ଉପଲବ୍ଧ ହେଉଥିବା ବେଳେ ଲୋକଙ୍କୁ ବ୍ୟବହାର କରିବାକୁ ଯୋଗାଇ ଦିଆଯାଉଛି। ଏହି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକୁ ଔଷଧର ସୁରକ୍ଷା ଏବଂ କାର୍ଯ୍ୟକାରିତାର ନେଇ ପରୀକ୍ଷା କରିବାକୁ କେନ୍ଦ୍ରୀୟ ଔଷଧ ନିୟାମକ ପକ୍ଷରୁ କୁହାଯାଇଛି। ସାଧାରଣ ଥଣ୍ଡା, କାଶ ହେଲେ ଏହି ଔଷଧ ଦିଆଯାଇଥାଏ।

ଏକ ରିପୋର୍ଟ ମୁତାବକ ଥଣ୍ଡା, କାଶ ସମୟରେ ରୋଗୀଙ୍କୁ ଯେଉଁ ଔଷଧ ଦିଆଯାଉଛି ତାହାର ନିରାପତ୍ତାକୁ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି । ସେଥିମଧ୍ୟରେ ରହିଛି ପାରାସିଟାମଲ୍‍ (ଆଣ୍ଟିପାଇରେଟିକ୍‍), ଫେନିଲେଫ୍ରାଇନ୍‍ ହାଇଡ୍ରୋକ୍ଲୋରିଡ୍‍ ଏବଂ କ୍ୟାଫେନ୍‍ ଆନ୍‍ହାଇଡ୍ରସ୍‍। ଅନ୍ୟଟିରେ କ୍ୟାଫେନ୍‍ ଆନ୍‍ହାଇଡ୍ରସ୍‍, ପାରାସିଟାମଲ୍‍, ହାଇଡ୍ରୋକ୍ଲୋରାଇଡ (ସଲ୍ଟ) ଏବଂ କ୍ଲୋରଫେନିରାମାଇନ୍‍ (ଆଣ୍ଟି-ଆଲର୍ଜି ଔଷଧ) ରହିଥାଏ।

- Advertisement -

କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ଔଷଧର ନିରାପତ୍ତା ଏବଂ କାର୍ଯ୍ୟକାରିତା ତଥ୍ୟ ସ୍ପଷ୍ଟ କରିବା ପାଇଁ ପୋଷ୍ଟ-ମାର୍କେଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ତାହାର ସୁରକ୍ଷା ଓ କାର୍ଯ୍ୟକାରିତାକୁ ନେଇ ଏକ ଡାଟା ପ୍ରସ୍ତୁତ କରାଯିବ। ସାମାନ୍ୟରୁ ମଧ୍ୟମ ଧରଣର ମୁଣ୍ଡବିନ୍ଧା ପାଇଁ ଯନ୍ତ୍ରଣାଦାୟକ ଔଷଧକୁ କମ ଦିନ ଗ୍ରହଣ କରିବାକୁ କମିଟି ଏଫଡିସର ଉତ୍ପାଦନ ଏବଂ ମାର୍କେଟିଂକୁ ଜାରି ରଖିବାକୁ ପରାମର୍ଶ ଦେଇଛି। ଏହାକୁ ୫ରୁ ୭ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories