www.samajalive.in
Saturday, December 6, 2025
23.1 C
Bhubaneswar

ପାକ୍ ସେନା ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମୃତ

ଶ୍ରୀନଗର: ସୀମାରେ ୩ ଭାରତୀୟଙ୍କୁ ହତ୍ୟା କରିଛି ପାକିସ୍ତାନୀ ସେନା। ଶୁକ୍ରବାର ରାତିରେ ପୁଞ୍ଚ ଜିଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍‌ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼ କରାଯିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମହମ୍ମଦ ରଫିକ୍‌(୫୮), ତାଙ୍କ ପତ୍ନୀ ରାଫିଆ ବି(୫୦) ଏବଂ ପୁଅ ଇରଫାନ(୧୫)।

ପାକ୍‌ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଅନ୍ୟ କେତେଜଣ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ କିଛି ଦିନ ହେବ ପାକ୍‌ ​ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ପାକ୍‌ ​ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ରାଜନାଥ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଚଳିତମାସ ପ୍ରାରମ୍ଭରେ ପାକ୍‌ ​ସେନା ପକ୍ଷରୁ ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ଫଳରେ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories