www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରାକ୍ଟର-ବାଇକ ଧକ୍କା; ୩ ମୃତ

ବାଲିଗୁଡା: ଏଠାରୁ ପ୍ରାୟ ୧ କିଲୋମିଟର ଦୂର କୋଟପଡି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ୯.୩୦ରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତଗତିରେ ପରସ୍ପର ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ଲାଗିବା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ହସପିଟାଲରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଆରୋହୀଙ୍କ ମଧ୍ୟରୁ ଜଣକର ହାତ ଟ୍ରାକ୍ଟର ଡାଲାରେ ବାଜି ଶରୀରରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ସେଠାରୁ ଖସି ପଳାଇଯାଇଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ ରାତି ୯ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ନିର୍ମାଣ ସାମଗ୍ରୀ ବୋଝେଇ କରି ଏକ ଟ୍ରାକ୍ଟର ଦ୍ରୁତଗତିରେ ବାଲିଗୁଡା ଆଡକୁ ଆସୁଥିଲା। ବାଲିଗୁଡା ପଟୁ ଏକ କଳା ପଲ୍‍ସର ବାଇକରେ ତିନିଜଣ ବିଗାପଦର ଆଡକୁ ଯାଉଥିବାବେଳେ କୋଟପଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ମୃତାହତଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ। ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ବିଗାପଦର ଗାଁର ରାଧେକୃଷ୍ଣ ପୂଜାରୀ, ଦଶରଥ ବିଶିମାଝି ଓ ସାଗର ଦିଗାଲ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories