www.samajalive.in
Monday, December 15, 2025
26.1 C
Bhubaneswar

୩୨୦ ବୋତଲ ନକଲି କଫସିରପ ଜବତ, ୩ ଗିରଫ

ରେଙ୍ଗାଲିକ୍ୟାମ୍ପ: ନକଲି କଫସିରଫ ବିକ୍ରି କରୁଥିବା ୩ ଅଭିଯୁକ୍ତ ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୩୨୦ ବୋତଲ ନକଲି କଫସିରପ ଜବତ କରାଯାଇଛି।

ବରଗଡ଼ ଏସପିଙ୍କ ନିର୍ଦେଶରେ  ଅତାବିରା ପୁଲିସ ଅତାବିରା ବ୍ଲକ ଅନ୍ତର୍ଗତ  ବଡ଼ମାଳଠାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ବିକ୍ରି ପାଇଁ ପାଖରେ ରଖିଥିବା ୩୨୦ ବୋତଲ କଫସିରପ ଓ ୫୦ଟି  ନିଟ୍ରାଜେପାମ ବଟିକାକୁ ପୁଲିସ ଜବତ କରିଥିଲା। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ବଡ଼ମାଳ ଗ୍ରାମର ହିମାଂଶୁ ମିର୍ଦ୍ଧା, ସିନ୍ଦୂର ବହାଲ ଗ୍ରାମର ଶୁଭମ୍ ନାଏକ ଏବଂ ସମ୍ବଲପୁରର ଜଣେ ନାବାଳକ। ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories