www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଲୁଟ ମାମଲା ; ୩ ଅଭିଯୁକ୍ତ ଗିରଫ, ଲୁଟ ମୋବାଇଲ ଜବତ

ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ରାସ୍ତାରେ ଦୁଇ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଲୁଟ ହୋଇଥିବା ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ମଧ୍ୟ ରାସ୍ତା ଉପରେ ଦାଦାଗିରି ଓ ଲୁଟ ଭଳି ମାମଲା ରହିଥିବା ସଦର ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୨୦ ତାରିଖ ସଂଧ୍ୟା ସମୟରେ ବଲାଙ୍ଗିରର ଦୁଇ ଜଣ ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଓ ଯୁଗଳ କିଶୋର ଝା ଖୁଜେନପାଲି ନିକଟସ୍ଥ କାମାକ୍ଷୀନଗରରେ ନିର୍ମାଣ ଚାଲିଥିବା ଗାୟିତ୍ରୀ ମନ୍ଦିରକୁ ଯାଉଥିଲେ । ବାଟରେ ତିନି ଜଣ ଯୁବକ ସେମାନଙ୍କୁ ଅଟକାଇ ଠେଙ୍ଗାରେ ଆକ୍ରମଣ କରିଥିଲେ ।  ସେମାନଙ୍କୁ ଠାରୁ ମୋବାଇଲ ଓ ଟଙ୍କା ଲୁଟି ଫେରାର ମାରିଥିଲେ । ଯୁବକ ମାନଙ୍କ ଆକ୍ରମଣରେ ଉଭୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ତୋଫାନ ବାଗ ନେତୃତ୍ୱରେ ଏକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ଜେଷ୍ଠ ନାଗ, ସାରଥୀ ଜାଲ ଓ ରିଙ୍କୁ ଦୀପକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଲୁଟ ହୋଇଥିବା ମୋବାଇଲ ଜବତ ହୋଇଥିବା ବେଳେ ଅଭିଯୁକ୍ତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି। ଏହି ୩ ଜଣ ଅଭିଯୁକ୍ତ ବିଜାଖମନର ହୋଇଥିବା ବେଳେ ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଲୁଟ ଅଭିଯୋଗ ରହିଛି । ରାସ୍ତାରେ ଟ୍ରକ ଅଟକାଇ ଆକ୍ରମଣ, ଲୁଟ ଭଳି ସଙ୍ଗିନ ଅଭିଯୋଗ ଏହି ଅଭିଯୁକ୍ତ ମାନଙ୍କ ନାଁରେ ରହିଥିବା ବେଳେ ପୁଲିସ ସେହି ଘଟଣାର ମଧ୍ୟ ତଦନ୍ତ କରୁଥିବା ସୂଚନା ଦେଇଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories