www.samajalive.in
Saturday, December 6, 2025
26.1 C
Bhubaneswar

୬ ଯାଏ ବଢ଼ିଲା +୩ ନାମଲେଖା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ +୩ କଲେଜ (ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ (+୩) ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହୋଇଥିବା +୩ ପ୍ରଥମ ବର୍ଷ ନାମଲେଖା‌ ଚଳିତ ୬ ତାରିଖରେ ଶେଷ ହେବ। ପରିବର୍ତ୍ତିତ ନାମଲେଖା ତାରିଖ ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକମାନଙ୍କୁ ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅନୁଯାୟୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି’ ଦାଖଲ ଅବଧିକୁ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତ ମାସ ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଅନ୍‌ଲାଇନ୍‌ରେ ଅପଲୋଡ୍‌ କରାଯିବ। ଯେଉଁ ବିଦ୍ୟାର୍ଥୀ ନାମଲେଖାଇବା ପରେ ଉପର ପସନ୍ଦ କଲେଜକୁ ସ୍ଥାନାନ୍ତର କରିବାକୁ ଚାହିଁବେ ସେମାନେ ୭ ତାରିଖ ସୁଦ୍ଧା ସ୍ଲାଇଡ୍‌ ଅପ୍‌ ଫର୍ମ ପୂରଣ କରିପାରିବେ । ଚଳିତ ମାସ ୧୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୩ରୁ୧୬ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି ଦାଖଲ କରିପାରିବେ। ୧୩ରୁ୧୭ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ୧୯ ତାରିଖ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବ‌ା ଛାତ୍ରଛାତ୍ରୀଙ୍କ ତଥ୍ୟ ସାମ୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ରହିଛି।
ସୂଚନାଯୋଗ୍ୟ କୋଭିଡ୍‌-୧୯ ଯୋଗୁଁ ଦୃଷ୍ଟିରେ ରଖି ଚଳିତ ବର୍ଷ +୨ ବିଦ୍ୟାର୍ଥୀଙ୍କୁ ମୂଳ ପ୍ରମାଣପତ୍ର (ଅରିଜିନାଲ) ସାଟିର୍ଫିକେଟ୍‌ ମିଳିନି। ନାମଲେଖା ବେଳେ ଅରିଜିନାଲ ସାର୍ଟିଫିକେଟ୍‌କୁ ବାଧ୍ୟତାମୂଳକ କରାଯାଇ ନାହିଁ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories