www.samajalive.in
Sunday, December 7, 2025
13.1 C
Bhubaneswar

ମାନବଜାତି ପାଇଁ ପ୍ରେରଣାର ସ୍ରୋତ ହେଉଛନ୍ତି ଗାନ୍ଧିଜୀ – ରାଷ୍ଟ୍ରପତି କୋବିନ୍ଦ

ଆସନ୍ତାକାଲି ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି। ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ ‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଅବସରରେ, ମୁଁ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି।’ ସେ କହିଛନ୍ତି ଯେ ପ୍ରତି ବର୍ଷ ଅକ୍ଟୋବର ୨ ତାରିଖ ଦିନ, କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ଵରେ ଗାନ୍ଧୀଜୀଙ୍କର ସ୍ମୃତିଚାରଣ କରାଯାଇଥାଏ। ସେ ସମଗ୍ର ମାନବଜାତି ପାଇଁ ପ୍ରେରଣାର ସ୍ରୋତ ସାଜିଛନ୍ତି। ତାଙ୍କର ଜୀବନର ଅମର ଗାଥା, ସମାଜର ଦୁର୍ବଳରୁ ଦୁର୍ବଳତର ବ୍ୟକ୍ତିଙ୍କୁ ଶକ୍ତି ଓ ସମ୍ବଳ ପ୍ରଦାନ କରିଥାଏ। ସତ୍ୟ, ଅହିଂସା ଏବଂ ବିଶ୍ଵ କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ। ତାଙ୍କର ଜୀବନାଦର୍ଶ ଗତକାଲି ମଧ୍ୟ ପ୍ରାସଙ୍ଗିକ ଥିଲା ଆଜି ମଧ୍ୟ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ପ୍ରାସଙ୍ଗିକ ହୋଇରହିବ।

ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ ଏକ ଧାରଣା ଜନ୍ମ ନେଇଛି ଯେ ସବୁ ବଡ଼ ସମସ୍ୟାର ସମାଧାନ ଗାନ୍ଧୀଜୀଙ୍କ ଦ୍ଵାରା ପ୍ରଦର୍ଶିତ ସଦଭାବନା ଓ ସହିଷ୍ଣୁତା ମାର୍ଗରେ ସମ୍ଭବ ହୋଇପାରିବ। ଗାନ୍ଧୀଜୀଙ୍କ ଜୀବନ ଏହି ମାର୍ଗରେ ଚାଲିବାର ଏକ ଉତ୍ତମ ଉଦାହରଣ। ସେ ଆମକୁ ଶିଖାଇଛନ୍ତି ଯେ ଖରାପ ଚାହୁଁଥିବା ଲୋକ ସହିତ ମଧ୍ୟ ଆମେ ଭଲ ବ୍ୟବହାର କରିବା ଏବଂ ସମସ୍ତଙ୍କ ପ୍ରତି ପ୍ରେମ, ଦୟା ଓ କ୍ଷମା ଭାବନା ରଖିବା। ଆମର ବିଚାର, ଶବ୍ଦ ଓ କର୍ମରେ ସାମଞ୍ଜସ୍ୟ ରହୁ।

- Advertisement -

ସେ କହିଛନ୍ତି,’ଗାନ୍ଧୀଜୀ ନିଜ କାର୍ଯ୍ୟରେ ନୈତିକତା ଓ ସାଧ୍ୟ ତଥା ସାଧନର ପବିତ୍ରତା ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ। ମୁଁ ଆନନ୍ଦିତ ଯେ ଦେଶର ବିକାଶ ପାଇଁ ଆମ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯେପରିକି ସ୍ଵଚ୍ଛ ଭାରତ ମିଶନ, ମହିଳା ସଶକ୍ତିକରଣ, ଗରିବ ଓ ବଞ୍ଚିତଙ୍କ ସଶକ୍ତିକରଣ, କୃଷକମାନଙ୍କୁ ସହାୟତା ଏବଂ ଗ୍ରାମାଞ୍ଚଳରେ ଆବଶ୍ୟକ ସୁବିଧା ପହଞ୍ଚାଇବା ଆଦିର ମୂଳରେ ଗାନ୍ଧୀଜୀଙ୍କ ବିଚାର ଓ ଶିକ୍ଷା ନିହିତ ହୋଇ ରହିଛି।’

ରାଷ୍ଟ୍ରପତି କୋବିନ୍ଦ ଗାନ୍ଧୀ ଜୟନ୍ତୀର ଏହି ଶୁଭ ଅବସରରେ ସମସ୍ତଙ୍କୁ ସତ୍ୟ ଓ ଅହିଂସା ମନ୍ତ୍ରର ଅନୁସରଣ କରି ରାଷ୍ଟ୍ର କଲ୍ୟାଣ ଓ ପ୍ରଗତି ନିମନ୍ତେ ସମର୍ପିତ ରହିବା ପାଇଁ ପୁଣିଥରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏକ ସ୍ଵଚ୍ଛ, ସମର୍ଥ, ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ କରି ଗାନ୍ଧୀଜୀଙ୍କ ସ୍ଵପ୍ନକୁ ଆମେ ସାକାର କରିବା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories