www.samajalive.in
Wednesday, December 10, 2025
14.1 C
Bhubaneswar

୨ୟ ଓଡିଶା ରାଜ୍ୟ ପୁଲିସ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଉଦଯାପିତ

ବଲାଙ୍ଗିର: ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ଠାରେ ଦ୍ୱିତୀୟ ଓଡିଶା ରାଜ୍ୟ ପୁଲିସ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ବୁଧବାର ଉଦଯାପିତ ହୋଇଯାଇଛି। ଚାମ୍ପିଅନସିପର ଉଦଯାପନୀ ଉତ୍ସବରେ ରେଲୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ପୁଲିସ ବିଭାଗର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ଖେଳ ଦ୍ୱାରା ଶାରିରୀକ କସରତ ହୋଇଥାଏ ଓ ସ୍ୱାସ୍ଥ୍ୟ ଠିକ ରହିଥାଏ। ଆମେ ଖେଳ ମାଧ୍ୟମରେ ନିଜ ନିଜ ମଧ୍ୟରେ ଭାତୃତ୍ୱ ଭାବ ସୃଷ୍ଟି ହେବା ସହ ସମସ୍ତ ଖେଳାଳି ମିଶିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରେ। ଆମ ପୁଲିସର ଜବାନମାନେ ଯେଉଁ ଭଳି ଭାବେ ପ୍ରଦର୍ଶନ କରିଛନ୍ତି ବେଶ ଉତ୍ସାହ ଜନକ। ଏହା ସଫଳତାର ସହ ଆୟୋଜନ କରିଥିବାରୁ ଉଦ୍ୟମୀ ବିଭାଗୀୟ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଥିଲେ। ସେହିପରି ଓଡିଶାର ଖେଳାଳି କିଭଳି ଭାବେ ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବେ ସେଥିପାଇଁ ପ୍ରସ୍ତୁତି କରିବାକୁ ହେବ ବୋଲି ପୁଲିସ ବିଭାଗର ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ଓପନ ସିଙ୍ଗଲସରେ ସୁକାନ୍ତ ପଧାନ, ଏସ.କେ ଗଡନାୟକ, ବି.କେ ମହାନ୍ତି, ଏପି ପାତ୍ର, ସି.ବି ଗୁରୁଙ୍ଗ ଏବଂ ଏନଡି ତମାଙ୍ଗ ବିଜୟୀ ହୋଇଛନ୍ତି। ଭେଟେରାନ ସିଙ୍ଗଲ ଚାମ୍ପିଅନସିପରେ ଗୁଇନ୍ଦା ସଂସ୍ଥାର ପିକେ ଖେଡେଙ୍ଗା ଚାମ୍ପିଅନ ହୋଇଥିବା ବେଳେ ସେଣ୍ଟ୍ରାଲ ରେଞ୍ଜର ସନ୍ତୋଷ ବେହେରା ରନର୍ସ ଅଫ ହୋଇଥିଲେ। ଭେଟେରାନ ଡବଲ ଚାମ୍ପିଅନସିପରେ ଏମ ତମଙ୍ଗ, ଆର.ବି ଗୁରୁଙ୍ଗ ଓଏସଏପି ବିଏନ ତୁସ୍କାର ହୋଇଥିବା ବେଳେ ପିବି ବିଶ୍ୱାଲ ଓ ଏସକେ ବେହେରା ସାଉଥ ରେଞ୍ଜର ରନର୍ସ ଅଫ ହୋଇଥିବା ଜଣାପଡିଛି। ଏହି ଚମ୍ପିୟାନସିପରେ ପ୍ରାୟ ୮୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories