www.samajalive.in
Thursday, December 11, 2025
18.1 C
Bhubaneswar

ଆଇନ ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର: ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲାରେ ପିସି, ପିଏନଡିଟି ଆଇନର କାର୍ଯ୍ୟକାରିତା ସମ୍ପର୍କିତ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲା ମାଜିଷ୍ଟ୍ରେଟ ଓ ଜିଲାପାଳ ଅରିନଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବଲାଙ୍ଗିର ଜିଲାରେ ଏହି ଆଇନର କାର୍ଯ୍ୟକାରିତା, ଅଟ୍ରାସାଉଣ୍ଡ ମେସିନର ପଞ୍ଜିକରଣ ଓ ଏହାର ବ୍ୟବହାର ନିମନ୍ତେ ଆଇନରେ ଥିବା ନିର୍ଦ୍ଦେଶାବଳୀ, ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକରେ ଆଇନର ପ୍ରାବଧାନ ସମ୍ପର୍କରେ ରୋଗୀମାନଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇବା, ପଞ୍ଜିକରଣ ନବୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲାରେ ଆଲଟ୍ରାସାଉଣ୍ଡ କ୍ଲିନିକ ଚଲାଉଥିବା ସତ୍ତ୍ୱାଧିକାରୀମାନେ ପ୍ରତ୍ୟେକ ମାସରେ ଉପଯୁକ୍ତ କର୍ତ୍ତୁପକ୍ଷଙ୍କୁ ଫର୍ମ ‘ଏଫ’ରେ ତଥ୍ୟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। କ୍ଲିନିକ ଗୁଡିକ ଠିକ ସମୟରେ ଫର୍ମ ‘ଏଫ’ ଦାଖଲ କରୁନଥିବାରୁ ବୈଠକରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।

ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଂଯୁକ୍ତା ସାହୁ, ଏଡିଏମଓ ଡା. ଜ୍ଞାନବ୍ରତ ମହାନ୍ତି, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜୟରାମ ମିଶ୍ର, ସଦସ୍ୟ ନିଳମଣି ମିଶ୍ର, କମିଟିର ସଦସ୍ୟା ଅଞ୍ଜଳି ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଭୀମ ଭୋଇ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ପ୍ରଫେସର ମୁଖ୍ୟ ଡା. ସସ୍ମିତା ସ୍ୱାଇଁ, ସ୍ପିଲନ ପେଡିଆଟ୍ରିକ ବିଭାଗର ପ୍ରଫେସର ଓ ମୁଖ୍ୟ ଡା. ଲୀନା ଦାସ, ଜୁଡିସିଆଲ ବିଭାଗର ସହକାରୀ ଜିଲାପାଳ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories