ଅନ୍ଧ (ଚକ୍ଷୁହୀନ) ହେବା ଦୁର୍ଭାଗ୍ୟ ବୋଲି କୁହାଯାଉଥିବାବେଳେ ଏହା କର୍ମଫଳ ବୋଲି ଅନେେକ ଭୁଲି ଯାଆନ୍ତି। ସେହି କର୍ମ ପୂର୍ବଜନ୍ମକୃତ (ପ୍ରାରବ୍ଧ) ହୋଇପାରେ। ଅନ୍ଧ ଭିନ୍ନଭିନ୍ନ ପ୍ରକାରର ଥାଆନ୍ତି – କେହି ଜନ୍ମାନ୍ଧ, (ଜନ୍ମରୁ ଅନ୍ଧ)ଥା’ନ୍ତି। ଅନ୍ୟ ଧରଣର ଅନ୍ଧ ହେଲେ- ମୋହାନ୍ଧ (ଅଜ୍ଞତା, ବିବେକଶୂନ୍ୟତା), କାମାନ୍ଧ, ମଦାନ୍ଧ (ଗର୍ବ କାରଣରୁ ହିତାହିତ ଜ୍ଞାନଶୂନ୍ୟ)। ଏମାେନ ମଧ୍ୟ ଏକଏକ ଧରଣର ଅନ୍ଧ। ଏମାନଙ୍କ ଚକ୍ଷୁ ଉପରେ କୌଣସି ପଟଳ ପଡ଼ି ନଥାଏ, ଅସଲରେ ମନ ଉପରେ ଶକ୍ତ ପରଦା ପଡ଼ିଥାଏ, ଯାହା ସେମାନଙ୍କଠାରେ ଭଲମନ୍ଦ ବିବେଚନା କରିବାର ଶକ୍ତି ଲୋପ କରିଦେଇଥାଏ। ଅନ୍ଧ ତ ସୁରଦାସ ଥିଲେ, ସନ୍ଥକବି ଭୀମଭୋଇ ବି ଥିଲେ। ହେଲେ ଧୃତରାଷ୍ଟ୍ରଙ୍କ ଅନ୍ଧପଣ ଥଲା ‘ଆସକ୍ତି’ର, ‘ମୋହ’ର। ଏହାଥିଲା ଅ-ସୁରକ୍ଷାର ଅନ୍ଧପଣ, ଅନିଶ୍ଚିତତା ଅନ୍ଧପଣ। ଏହା ମହାରାଜ ଧୃତରାଷ୍ଟ୍ରଙ୍କୁ କିପରି ଘୋର ଅନିଶ୍ଚିତତାର ଭିତରେ ତିଳତିଳ କରି ମୃତ୍ୟୁ ଯନ୍ତ୍ରଣା (ଅସୁରକ୍ଷା) ଭୋଗିବାକୁ ଦେଇଥିଲା ତାହା ସମସ୍ତେ ଜାଣନ୍ତି।
ବ୍ୟାସଦେବଙ୍କ ଭଳି ମହାଯଶା ଋଷିଙ୍କ ସହ ସମ୍ପର୍କ, ଭୀଷ୍ମଙ୍କ ଭଳି ମହାତ୍ମାଙ୍କ ସାନ୍ନିଧ୍ୟ, ଦ୍ରୋଣ, କୃପାଚାର୍ଯ୍ୟଙ୍କ ଭଳି ଆଚାର୍ଯ୍ୟଙ୍କ ସହ ସମ୍ପର୍କ ସର୍ବୋପରି ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ଅବତାରୀ ପୁରୁଷଙ୍କ ସଂସର୍ଗ ଧୃତରାଷ୍ଟ୍ରଙ୍କ ଅନ୍ତର ଭିତରେ ଜମାଟ ବନ୍ଧା ଅନ୍ଧପଣକୁ ଦୂର କରିବାରେ ସହାୟକ ହୋଇପାରି ନଥିଲା। ଧୃତରାଷ୍ଟ୍ରଙ୍କ ନିକଟରେ ସଞ୍ଜୟ, ମହାତ୍ମା ବିଦୁରଙ୍କ ଭଳି ଧର୍ମାତ୍ମା ଥିଲେ ମଧ୍ୟ ଦୁହିଁଙ୍କ ସତ୍ ଉପଦେଶ ପ୍ରତି ଦୃଷ୍ଟି ଦେଇନଥିଲେ। ଜନ୍ମାନ୍ଧ ଅପେକ୍ଷା ‘ଆସକ୍ତି’, ‘ମୋହ’ର ଅନ୍ଧପଣ ତ୍ବରିତ ଗତିରେ ବଂଶନାଶ ପଥରେ ନେଇଯାଇଥିଲା। ଶକୁନି ଚତୁରତାର ସହ ଦୁେର୍ଯ୍ୟାଧନଙ୍କୁ ଆୟତ୍ତରେ ରଖି ଗୋଟି ଚଳାଉ ଥିଲେ ଯା’ର ଟେର ପାଇ ନଥିଲେ ଦୁେର୍ଯ୍ୟାଧନ। ରାବଣ ଥିଲେ ଚାରିବେଦର ଭାଷ୍ୟକାର, ମହାପଣ୍ଡିତ; ହେଲେ ବିବେକବୁଦ୍ଧି ହରାଇ, ମଦାନ୍ଧ ହୋଇ ଜନକ ନନ୍ଦିନୀ ସୀତାଙ୍କୁ ଚୋରିକଲା ଭଳି ଘୃଣ୍ୟ କର୍ମ କରି ନିଜ ମୃତ୍ୟୁକୁ ଆମନ୍ତ୍ରଣ କରି ଆଣିଥିଲେ। ଗୀତାର ବାଣୀ ପ୍ରଜ୍ଞାବାନ ହୁଅ, ବିଭ୍ରାନ୍ତି ଦୂର କର। ପ୍ରାଣର ଧର୍ମ (ଜୀବନଧର୍ମ) ହୃଦୟଙ୍ଗମ କର। ପ୍ରାଣ ଯାଉ ଅଥବା ରହୁ, ଏହା ବିଚାରଣୀୟ ପ୍ରସଙ୍ଗ ନୁହେଁ, ପ୍ରାଣଧାରଣ କରି ପ୍ରଜ୍ଞାବାନ ହେବା ବିଚାରଣୀୟ। ଧର୍ମଶାସ୍ତ୍ରର ଦିଗ୍ଦର୍ଶନ ହେଲା- କ’ଣ ନିତ୍ୟ, କ’ଣ ଅନିତ୍ୟ, କେଉଁଟା ଉଚିତ, କେଉଁଟା ଅନୁଚିତ କର୍ମ ତଥା କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ଏହା ବିବେକର ଅନୁଶାସନ ମାନି ସ୍ଥିର କରିବା ଉଚିତ। ବାଣୀର ପ୍ରୟୋଗରେ ସଂଯମ ଅବଲମ୍ବନ କର, ଅହଂକାରୀ ହୋଇ ନୀତିହୀନ ଆଚରଣ କଲେ, ଶାଳୀନତାକୁ ଭୁଲିଯାଇ ବାଣୀର ଦୁରୁପଯୋଗ କଲେ, ଗର୍ବ, ଦମ୍ଭ, ଅଭିମାନ କବଳିତ ହୋଇ ନିଜକୁ ଶ୍ରେଷ୍ଠ ବିଚାରିଲେ ଦୁେର୍ଯ୍ୟାଧନ, କଂସ, ରାବଣଙ୍କ ଭଳି ନାଶ ଯିବା ସୁନିଶ୍ଚିତ।
ଚିନ୍ତାକଳ୍ପ: ଜୀବନର ଧର୍ମ
Popular Categories



