www.samajalive.in
Sunday, December 14, 2025
26.1 C
Bhubaneswar

୨ୟ ଦିନିକିଆ ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଶିଖର ସେନା

ପୋର୍ଟ ଅଫ୍‌ ସ୍ପେନ୍‌: କ୍ରମାଗତ ୭ମ ଦିନିକିଆରେ ପରାସ୍ତ ହୋଇଛି ୱେଷ୍ଟଇଣ୍ଡିଜ୍‌ ଦଳ। ଶୁକ୍ରବାର ପ୍ରଥମ ଦିନିକିଆରେ ମାତ୍ର ୩ ରନ୍‌ରେ ଭାରତଠାରୁ ପରାଜୟ ପରେ ଘରୋଇ ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ ନିକୋଲାସ୍‌ ପୁରନ୍‌ କହିଥିଲେ ଯେ ମୋତେ ମ୍ୟାଚ୍‌ ଜିତିବା ଭଳି ଅନୁଭବ ହେଉଛି। ଏଥିରୁ ଅନୁମେୟ ଯେ ନିକଟ ଅତୀତରେ ୱେଷ୍ଟଇଣ୍ଡିଜ୍‌ କିପରି ଖରାପ ପ୍ରଦର୍ଶନ କରିଛି। କାରଣ ଏହି ୭ଟିରୁ ୪ଟି ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି। ପୁଣି ଏହି ୭ଟି ମ୍ୟାଚ୍‌ରୁ ୫ଟିରେ ୱେଷ୍ଟଇଣ୍ଡିଜ୍‌ ୫୦ ଓଭର ବ୍ୟାଟିଂ କରି ପାରିନାହିଁ। ହେଲେ ଶୁକ୍ରବାର ଇଣ୍ଡିଜ୍‌ ୫୦ ଓଭର ଖେଳିଥିଲା ଏବଂ ବିଜୟଠାରୁ ମାତ୍ର ଗୋଟିଏ ବାଉଣ୍ଡରୀ ଦୂରରେ ରହି ଯାଇଥିଲା। କେବଳ ବ୍ୟାଟିଂରେ ନୁହେଁ; ବୋଲିଂରେ ବି ୱେଷ୍ଟଇଣ୍ଡିଜ ଭଲ ପ୍ରଦର୍ଶନ କରିଥିଲା। ଏକଦା ଭାରତ ୩୫୦ ରନ୍‌ ପାରକରିବ ବୋଲି ଅନୁମାନ କରା ଯାଉଥିବା ବେଳେ ଇଣ୍ଡିଜ୍‌ର ବୋଲର ଏହାକୁ ୩୦୮ ରନ୍‌ରେ ସୀମିତ ରଖିଥିଲେ। ଶେଷ ୧୫ ଓଭରରେ ୱେଷ୍ଟଇଣ୍ଡିଜ୍‌ ମାତ୍ର ୮୩ ରନ୍‌ଦେଇ ୫ଟି ୱିକେଟ ନେଇଥିଲା।

ରବିବାର ଉଭୟ ଦଳଙ୍କ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ୧-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ଜିତିବାର ଲକ୍ଷ୍ୟ ରଖିଛି। ତେବେ ପରାଜୟ ଧାରା ଭାଙ୍ଗିବା ସହ ଘରୋଇ ମାଟିରେ ଶୃଙ୍ଖଳାକୁ ବଞ୍ଚାଇ ରଖିବାର ପ୍ରୟାସ ୱେଷ୍ଟଇଣ୍ଡିଜ୍‌ ଦଳ କରିବ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories