www.samajalive.in
Saturday, December 6, 2025
15.1 C
Bhubaneswar

କର୍ମଚାରୀ ଭବିଷ୍ୟନିଧି ସଂଗଠନରୁ କୋଭିଡର ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇହେବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ତାହାର ହିତାଧିକାରୀଙ୍କୁ କୋଭିଡ ଦ୍ୱିତୀୟ ଲହର ଜନିତ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ସଞ୍ଚୟ ଖାତାରୁ ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇବାକୁ ଅନୁମତି ପ୍ରଦାନ କରିଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ମୂଳ ବେତନ ଏବଂ ମହଙ୍ଗା ଭତ୍ତାକୁ ମିଶାଇ ତିନିମାସ ଅଥବା ତାଙ୍କ ଖାତାରେ ଜମାଥିବା ଅର୍ଥର ୭୫% ପର୍ଯ୍ୟନ୍ତ ମଧ୍ୟରୁ ଯେଉଁଟି କମ୍‍ ହେବ, ସେତିକି ପରିମାଣର ଅର୍ଥ ଉଠାଇପାରିବେ। ଏହା ତାଙ୍କର ଆର୍ଥିକ ଦୁଃସ୍ଥିତି ମୁକାବିଲା କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି। ଏହା ପୂର୍ବରୁ ୨୦୨୦ ମାର୍ଚ୍ଚରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଇପିଏଫଓ ହିତାଧିକାରୀଙ୍କ ପାଇଁ ଏହିଭଳି ସୁବିଧା ଘୋଷଣା କରାଯାଇଥିଲା। ଏହି ଅର୍ଥ ସେମାନଙ୍କୁ ଆଉ ନିଜ ଖାତାକୁ ଫେରସ୍ତ ଦେବାକୁ ପଡିବ ନାହିଁ। ଏପର୍ଯ୍ୟନ୍ତ ଇପିଏଫଓ ୭୬.୩୧ ଲକ୍ଷ କୋଭିଡ-୧୯ ଅଗ୍ରୀମ ଦାବି ସମାଧାନ କରିବା ସହିତ ହିତାଧିକାରୀଙ୍କୁ ମୋଟ ୧୮,୬୯୮.୧୫ କୋଟି ଟଙ୍କା ପ୍ରଦାନ କରିସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories